ଯୋଗୀଙ୍କୁ ଶିକ୍ଷକ ନିଯୁକ୍ତି ଘୋଟାଲା ଛାଟ; ଘେରିଲେ ରାହୁଲ-ବରୁଣ
1 min readଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶିକ୍ଷକ ପଦ ପାଇଁ ଆନ୍ଦୋଳନରତ ଆଶାୟୀଙ୍କ ଉପରେ ଆଖିବୁଜା ଲାଠି ମାଡ କରିଛି ପୋଲିସ । ଶନିବାର ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ୬୯ ହଜାର ଶିକ୍ଷକ ନିଯୁକ୍ତିରେ ହେରଫେର ଅଭିଯୋଗରେ ଏକ କ୍ୟାଣ୍ଡେଲ ଯାତ୍ରା କରିଥିଲେ ଆଶାୟୀ । ତେବେ ଏହି ଯାତ୍ରାରେ ପୋଲିସ ଆଖିବୁଜା ଲାଠି ମାଡ କରିଛି । ଯାହା ଫଳରେ ଅଧିକାଂଶ ଆଶାୟୀ ଆହାତ ହୋଇଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଛି । ଏହି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଘେରିଛନ୍ତି ।
रोज़गार माँगने वालों को #UP सरकार ने लाठियाँ दीं-
जब भाजपा वोट माँगने आए तो याद रखना! pic.twitter.com/ZZGg9thd7n— Rahul Gandhi (@RahulGandhi) December 5, 2021
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ରୋଜଗାର ମାଗିଲେ ଉତ୍ତରପ୍ରଦେଶ ସରକାର ଲାଠି ଚାର୍ଜ କରୁଛନ୍ତି । ଯେତେବେଳେ ଭାରତୀୟ ଜନତା ପାର୍ଟି ଭୋଟ ମାଗିବାକୁ ଆସିବ ସେତେବେଳ ପର୍ଯ୍ୟନ୍ତ ଏହି କଥାକୁ ମନେ ରଖିଥାନ୍ତୁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ये बच्चे भी मां भारती के लाल हैं, इनकी बात मानना तो दूर, कोई सुनने को तैयार नहीं है। इस पर भी इनके ऊपर ये बर्बर लाठीचार्ज।
अपने दिल पर हाथ रखकर सोचिए क्या ये आपके बच्चे होते तो इनके साथ यही व्यवहार होता??
आपके पास रिक्तियां भी हैं और योग्य अभ्यर्थी भी, तो भर्तियां क्यों नहीं?? pic.twitter.com/6F67ZDJgzW
— Varun Gandhi (@varungandhi80) December 5, 2021
ରାହୁଲଙ୍କ ବ୍ୟତୀତ ବରୁଣ ଗାନ୍ଧୀ ମଧ୍ୟ ଏହି ଘଟଣାରେ ଟ୍ବିଟ କରି ଯୋଗୀ ସରକାରଙ୍କୁ ଅଡୁଆରେ ପକାଇଛନ୍ତି । ବିଗତ କିଛି ଦିନ ହେବ ବିଜେପି ସରକାରଙ୍କ ବିରୋଧରେ ହିଁ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଏହି ଘଟଣାରେ ମଧ୍ୟ ବିଜେପି ସାଂସଦ ବରୁଣ ଗାନ୍ଧୀ ଟ୍ବିଟ କରି ଯୋଗୀ ସରକାରଙ୍କୁ ଘେରିଛନ୍ତି । ବରୁଣ ଗାନ୍ଧୀ ଟ୍ବିଟ କରି କହିଛନ୍ତି କି ଏମାନେ ମଧ୍ୟ ଭାରତ ମାତାଙ୍କ ପିଲା । ଏମାନଙ୍କ କଥା ତ ମାନିବା ଦୂରର କଥା ଏମାନଙ୍କ କଥା ଶୁଣିବାକୁ କେହି ନାହାନ୍ତି ବୋଲି କହିଛନ୍ତି ବରୁଣ ଗାନ୍ଧୀ ।