ବରଯାତ୍ରୀ ଧରି ବାହାରିଥିଲେ ପୁତୁରା, ଖୁଡ଼ି ପୋଲିସ ସହ ଆସି କହିଲେ ସେ ମୋ ସ୍ବାମୀ

ଉତ୍ତରପ୍ରଦେଶ: ପୁଣି ସାମନାକୁ ଆସିଲା ଏକ ଅଜବ ଘଟଣା। ଖୁସିର ସହ ବରଯାତ୍ରୀ ଧରି ବାହାରିଥିଲା ବର। ଆଉ ଅଳ୍ପ ସମୟ ପରେ ହାତଗଣ୍ଠି ପଡ଼ିଥାନ୍ତା ଆଉ ବିବାହ କରିଥାନ୍ତା । କିନ୍ତୁ ସବୁ ବିଗାଡ଼ି ଦେଲେ ଖୁଡ଼ି । ପୋଲିସ ଧରି ଆସିବା ସହ କହିଥିଲେ କେ, ସେ ହେଉଛନ୍ତି ମୋ ସ୍ବାମୀ। ଆମର ଗୋଟିଏ ସନ୍ତାନ ମଧ୍ୟ ଅଛି । ଯାହାକୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କନ୍ୟାଘରେ ପହଞ୍ଚିବାକୁ ଯାଉଥିବା ବର ସିଧା ଥାନାରେ ପହଞ୍ଚିଛି ।ଉତ୍ତରପ୍ରଦେଶର ଫିରୋଜାବାଦରୁ ଆସିଛି ଏଭଳି ଅଭିଯୋଗ ।

ପୋଲିସର ସୂଚନା ମୁତାବକ, ମହିଳା ଜଣକ ବରଙ୍କ ଦାଦାଙ୍କୁ ପୂର୍ବରୁ ବିବାହ କରିଥିଲେ । ସେମାନଙ୍କ ତିନି ସନ୍ତାନ ମଧ୍ୟ ରହିଛନ୍ତି । ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ପରେ ଖୁଡ଼ି ଯାଇ ବାହାରେ ରହୁଥିଲେ । ଟ୍ରକ ଚଲାଉଥିବା ପୁତୁରା ମଝିରେ ମଝିରେ ଖୁଡ଼ିଙ୍କ ପାଖକୁ ଯାଉଥିଲେ । ଏମିତି ଯିବା ଆସିବା ଭିତରେ ପ୍ରେମ ହୋଇଥିଲା । ପ୍ରେମ ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ମନ୍ଦିରରେ ଯାଇ ବିବାହ କରିଥିଲେ। ସେମାନଙ୍କ ଗୋଟିଏ ସନ୍ତାନ ମଧ୍ୟ ରହିଛି । କିନ୍ତୁ ତାଙ୍କୁ ଛାଡ଼ି ଏବେ ଅନ୍ୟଜଣେ ଯୁବକଙ୍କୁ ବିବାହ କରିବାକୁ ଯାଉଥିବାବେଳେ ପୋଲିସ ନେଇ ପହଞ୍ଚିଥିଲେ । ଆଉ ପୋଲିସ ଉଭୟଙ୍କୁ ରଖି ପଚରା ଉଚରା କରୁଛି ।