ବିନା ଅନୁମତିରେ ଲୋକଙ୍କୁ ପାଣି ବି ମନା, ତଥାପି ବିକାଶ ପାଇଁ କିଛି ବି କରନ୍ତି ଗ୍ରାମବାସୀ !

Uttar Pradesh Kanpur, crime records of history. Vikas dubey kanpur bikaru village.

ଉତ୍ତରପ୍ରଦେଶ: ଆଜି ସମସ୍ତଙ୍କ ଜିଭ ଅଗରେ ରହିଛି ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ନାଁ । ୩ ଦଶନ୍ଧି ପୂର୍ବରୁ ବାପାଙ୍କ ଅପମାନର ପ୍ରତିଶୋଧ ନେବା ପାଇଁ ସେ ଆରମ୍ଭ କରିଥିଲା ତାର ଆତଙ୍କରାଜ । କିଛି ଯୁବକଙ୍କୁ ସାମିଲ କରି ଗଢ଼ିଥିଲା ବୁଲେଟ୍‌ ଗ୍ୟାଙ୍ଗ । ଆଉ ଏହି ଗ୍ୟାଙ୍ଗକୁ ଧିରେ ଧିରେ ବଡ଼ କରିଥିଲା । ଆଉ କଳାସାମ୍ରାଜ୍ୟର ମୂଳଦୂଆ ପକାଇଥିଲା । ହେଲେ କିଏ ଜାଣିଥିଲା, କିଛି ଯୁବକଙ୍କୁ ବୁଲେଟ ଗ୍ୟାଙ୍ଗରେ ସାମିଲ କରି ପଛରେ ବୁଲାଉଥିବା ବିକାଶ ଆଜି ପୁରା ପୋଲିସ ଫୋର୍ସକୁ ପଛରେ ବୁଲାଇବ । ବିକାଶ ଦୁବେକୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଏବେ ଗଳିଗଳିରେ ଖୋଜୁଛି । ଏମିତିକି ଏହି ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ମଧ୍ୟ ଗଠନ କରାଯାଇଛି ।

ଉତ୍ତରପ୍ରଦେଶରର କାନପୁରରେ ୮ ଜଣ ପୋଲିସ ଅଫିସରଙ୍କୁ ହତ୍ୟା କରିବା ପରେ ସାରା ଦେଶ ଏବେ ବିକାଶର ନାଁ ଜାଣିବାକୁ ପାଇଛି । ହେଲେ ୩ ଦଶନ୍ଧି ପୂର୍ବରୁ ବିକରୁ ଗାଁ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଏହା ନୂଆ ନାଁ ନୁହେଁ ।

ବିକାଶର ଆତଙ୍କ ଏଭଳି ଥିଲା ଯେ, ତାର ବିନା ଅନୁମତିରେ ଲୋକ ପାଣି ଟୋପାଏ ବି ପିଇ ପାରନ୍ତି ନାହିଁ । ବଡ଼ ବଡ଼ ଫ୍ୟାକ୍ଟ୍ରିମାନେ ତାର ଆତଙ୍କରାଜ ଆଗରେ ମୁଣ୍ଡ ନୁଆଁଇବା ବଟି ମଧ୍ୟ ଦିଅନ୍ତି । ଏମିତିକି ସାଧାରଣ ବସ୍‌ ଯାତାୟତ ବେଳେ ଯଦି କେହି ବିକାଶର ନାଁ ଧରେ ତେବେ ବସ୍‌ ବାଲା ବି ନେଉନଥିଲା ପଇସା । ସେହି ପାଖାପାଖି ଅଞ୍ଚଳରେ ପ୍ରାୟ ୪୦୦ ଫ୍ୟାକ୍ଟ୍ରି ଥିଲା । ଆଉ ସେଥିମଧ୍ୟରୁ ପ୍ରାୟ ସମସ୍ତେ ବିକାଶକୁ ବର୍ଷିକିଆ ବଟି ଦେଉଥିଲେ ।

ବିକାଶର

Vikash Dubey

ଆଉ ଏକ ବଡ଼ ବ୍ୟବସାୟ ଥିଲା ବିବାଦୀୟ ସମ୍ପତ୍ତିକୁ କିଣିବା ଏବଂ ବିକ୍ରି କରିବା । ସେହି ଅଞ୍ଚଳରେ ଯେକୌଣସି ଜମିବାଡ଼ି ସମ୍ପତି କିଣାବିକା ହେବ, ସେଥିରୁ ବିକାଶକୁ ଟାକ୍ସ କଲେକ୍ସନ୍‌ କରୁଥିଲା ।

Vikash Dubey

ବହୁ ବର୍ଷ ପୂର୍ବେ, ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗାଁରେ ପାଣି ଟ୍ୟାପ ନଥିଲା । ଯେତେବେଳେ ଜଳ ସମସ୍ୟା ଦେଖାଗଲା, ଲୋକମାନେ ବିକାଶ ଘର ନିକଟ କୂଅରୁ ପାଣି ନେବାକୁ ଆସୁଥିଲେ । ଆଉ ଏଥିପାଇଁ ତାଙ୍କୁ ଦୁବେଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିଲା । ଆଉ ଯେଉଁମାନେ ବିନା ଅନୁମତିରେ ପାଣି ନେଉଥିଲେ ସେମାନଙ୍କୁ ସେ ନିର୍ମମ ଭାବେ ମାଡ଼ ମାରୁଥିଲା । ଏମତିକି ସେ କିଛି ଲୋକଙ୍କୁ ସେହି କୂଅରେ ପକାଇ ଜୀବନରୁ ମାରିଦେବାକୁ ମଧ୍ୟ ଚେଷ୍ଟା କରିଥିଲା ।

ଖାଲି ସେତିକି ନୁହେଁ ଜଣେ ସ୍ଥାନୀୟବାସିନ୍ଦାଙ୍କ କେହିବାନୁଯାୟୀ, ବିକାଶ ଗାଁର ଯବୁକଙ୍କ ନାଁରେ ଜୋର ଜବରଦସ୍ତ ବେଆଇନ କାରବାର କରୁଥିଲା । ଏମିତିକି ଯୁବକଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବସ ଯୋଜନା କରି ନିଜେ ସେହି ଟଙ୍କା ହଡ଼ପ କରୁଥିଳା ।

Vikash Dubey

ଟ୍ରକ୍‌ରେ ଲୋଡ୍ ହୋଇ ଯାଉଥିବା ସାମଗ୍ରୀକୁ ଲୁଟ୍ କରିବା ବିକାଶ ପାଇଁ ଅତି ସହଜ କାମ ଥିଲା । ନେତାଙ୍କ ଛତ୍ରଛାୟା ତଳେ ରହି ବିକାଶ ଟ୍ରକ୍‌ରୁ ଲୁଟ୍‌ କରୁଥିଲା । ଆଉ ଏହି ଲୁଟ୍‌ ସାମଗ୍ରୀ ବିକ୍‌ରୁ ଗାଁରେ ହିଁ ବଣ୍ଟା ଯାଉଥିଲା । ଏହି କାରଣରୁ ଆଜି ସୁଦ୍ଧା ବିକାଶକୁ କୌଣସି ବି ଗ୍ରାମବାସୀ ବିରୋଧ କରୁନାହାନ୍ତି । ବିକାଶ ପାଇଁ ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ ।

Leave a Reply