ବିନା ଅନୁମତିରେ ଛୁଟିରେ ଯାଇଥିଲେ, ସରକାର ସସପେଣ୍ଡ କରିଦେଲେ

1 min read

ନୂଆଦିଲ୍ଲୀ: IPS ଅଧିକାରୀଙ୍କ ବିରୋଧରେ ୟୁପି ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ  । ଚାକିରୀରୁ ସସପେଣ୍ଡ କରିଦେଲେ ସରକାର । କାରଣ ମଧ୍ୟ ସେହିଭଳି  । IPS ଅଧିକାରୀ ଅଳଙ୍କୃତା ସିଂହ ସରକାରଙ୍କ ବିନା ଅନୁମତିରେ ଛୁଟି କାଟିବାକୁ ଯାଇଛନ୍ତି  । ତାହା ପୁଣି ଲଣ୍ଡନ  । ତେଣୁ ବିନା ଅନୁମତି ଏବଂ ଆବେଦନରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଲଣ୍ଡନରେ ଛୁଟି କାଟିବା ଖବର ଯେତିକି ରୋଚକମୟ  । ସରକାର ପାଇଁ ସେତିକି ଗିରିତ୍ୱପୂର୍ଣ୍ଣ ମଧ୍ୟ  । ତେଣୁ ସମସ୍ତ ଘଟଣାକ୍ରମକୁ ଅବଲୋକନ କରି ୟୁପି ସରକାର ତାଙ୍କୁ ଚାକିରୀରୁ ସସପେଣ୍ଡ କରିଥିବା ଜଣାପଡ଼ିଛି  ।

ସୂଚନା ମୁତାବକ ଉକ୍ତ ଅଧିକାରୀ ଜଣଙ୍କ କିଛିଦିନ ହେବ ନିଜ ପଦବୀରୁ ନିଖୋଜ ଥିଲେ  । ୧୯ ଅକ୍ଟୋବରରୁ ଛୁଟିରେ ରହିଥିଲେ । ଯେ ଅଳଙ୍କୃତା ସିଂହ କେଉଁଆଡ଼େ ଯାଇଛନ୍ତି ଏପର୍ଯ୍ୟନ୍ତ ମଧ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନଥିଲା  । ପରବର୍ତ୍ତୀ ସମୟରେ ଜଣାପଡିଥିଲା ଯେ, ପୋଲିସ ଅଧିକାରୀ ଜଣଙ୍କ ଲଣ୍ଡନରେ ଛୁଟି କାଟୁଛନ୍ତି  । ୟୁପି ବିଧାନସଭା ନିର୍ବାଚନରେ ଅଧିକାରୀ ଜଣଙ୍କ ଭାଗ ନେଇନଥିବାବେଳେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ ସମ୍ପାଦନ କରିନଥିଲେ  । ଲଣ୍ଡନରେ ରହୁଥିବା ନେଇ ହ୍ୱାଟସଅପ ଜରିଆରେ ନିକଟସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ଅଳଙ୍କୃତା  ।

କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଆଇପିଏସ ଅଫିସର ଯଦି  ଛୁଟିରେ ଯାଆନ୍ତି, ତେବେ ତାଙ୍କୁ ପ୍ରଥମେ ଅବଗତ କରାଇବାକୁ ପଡ଼େ  । ଅନୁମତି କ୍ରମେ ସେ ଛୁଟିରେ ଯିବା ନେଇ ଆଇନ ରହିଛି  । କିନ୍ତୁ ଦୀର୍ଘ ଦିନ ହେବ ବିନା ଅନୁମତିରେ ଛୁଟିରେ ରହିଆସୁଥିଲେ ଉକ୍ତ ଅଧିକୀରୀ  । ୨୦୦୮ ମସିହାରେ ଆଇପିଏସ ହୋଇଥିଲେ ଅଳଙ୍କୃତା  । ମହିଳା ଏବଂ ଶିଶୁ ସୁରକ୍ଷା ସଂଗଠନର ଅଧିକାରୀ ଭାବେ ଉତ୍ତରପ୍ରଦେଶ ସରକାର ଦାୟିତ୍ୱ ପ୍ରଦାନ କରିଥିଲେ  । ଏଥିରୁ ସେ ନିବୃତ୍ତ ରହିବା ସହ ନିଖୋଜ ରହିଥିଲେ  । ତେଣୁ ଆଇନ ମୁତାବକ ଉତ୍ତରପ୍ରଦେଶ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  ।