୩ ଭଉଣୀଙ୍କ ଉପରେ ଏସିଡ୍ ଢାଳିଲେ ଦୁର୍ବୃତ୍ତ, ବିରୋଧି କହିଲେ ଯୋଗୀଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ?

yogi adityanath

ଗୋଣ୍ଡା: ଉତ୍ତରପ୍ରଦେଶର ଗୋଣ୍ଡାର ତିନି ଦଳିତ ଭଉଣୀଙ୍କ ଉପରେ ଏସିଡ୍ ମାଡ଼ । ଗତକାଲି ବିଳମ୍ବିତ ରାତିରେ ଏସିଡ୍ ପକାଇଛନ୍ତି ଦୁର୍ବୃତ୍ତ । ତିନି ଭଉଣୀ ନାବାଳିକା ଥିବା ବେଳେ ସମସ୍ତେ ସ୍ଥାନୀୟ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ, ଯେତେବେଳେ ତିନି ଭଉଣୀ ଘରେ ଶୋଇଥିବା ବେଳେ ହିଁ ସେମାନଙ୍କ ଉପରେ ଏସିଡ୍ ପକାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଭଉଣୀ ସାମାନ୍ୟ ଆହତ ହୋଇଥିବାବେଳେ ଜଣଙ୍କର ମୁହଁରେ ଏସିଡ୍ ପଡ଼ିଛି । ତେବେ ଏସିଡ୍ ଫିଙ୍ଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଘଟଣାଟି ହେଉଛି ଗୋଣ୍ଡାର ପରସପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ପାସ୍କା ପରସପୁରର । ଗୋଣ୍ଡାର ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି ଯେ, ୩ଜଣ ନାବାଳିକାଙ୍କ ଉପରେ କେମିକାଲ ଆକ୍ରମଣ ହୋଇଛି ଏବଂ ବର୍ତ୍ତମାନ ସେହି କେମିକାଲର ଯାଞ୍ଚ କରାଯାଉଛି । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ପହଞ୍ଚିବା ସହ ପୋଲିସର ତଦନ୍ତ ଆରମ୍ଭ କରିଛି ।

Rape Attempt Victim Attacked Stabbed With Knife Kanpur UP

ତିନି ଝିଅଙ୍କ ଉପରେ କେମିକାଲ ପକାଯାଇଥିବା ଏସପି ଶୈଲେଶ କୁମାର ପାଣ୍ଡେ କହିଛନ୍ତି । ବର୍ତ୍ତମାନ ତିନିଜଣଙ୍କ ଅବସ୍ଥା ଭଲ ଅଛି। ଗୋଟିଏ ଝିଅର ଶରୀର ୫ ରୁ ୭ ପ୍ରତିଶତ ଜଳି ଯାଇଛି । ଏବେ ଘଟଣାର କାରଣ ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।  ତଥ୍ୟ ସଂଗ୍ରହ କରିବା ପରେ ଶୀଘ୍ର ଅପରାଧୀଙ୍କୁ ଗିରଫ କରାଯିବ । ତେବେ ଘଟଣାକ୍ରମକୁ ଦେଖିଲେ ଲାଗୁଛି ଯେ, କେହି ଜଣେ ସମ୍ପର୍କୀୟ ବ୍ୟକ୍ତି ହିଁ ଏସିଡ୍ ଆଟାକ୍ କରିଛି ।

ୟୁପି ସରକାରଙ୍କୁ ଟାର୍ଗେଟ କଲା ଆପ୍

ଏସିଡ୍ ଆକ୍ରମଣ ଉପରେ ଆମ୍ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂ କହିଛନ୍ତି ଯେ, ଆଦିତ୍ୟନାଥଙ୍କ ଶାସନରେ ଝିଅମାନଙ୍କର ବଞ୍ଚିବାର ଅଧିକାର ଅଛି ତ ? ଦୁଷ୍କର୍ମ ହେଉଛି , ତଣ୍ଟି ଚିପି ଫୋପାଡ଼ି ଦିଆଯାଉଛି, ଏସିଡ୍ ପକାଯାଉଛି, କିନ୍ତୁ ଆଦିତ୍ୟନାଥଙ୍କ ପୂରା ସରକାର ଝିଅମାନଙ୍କୁ ବଞ୍ଚାଇବା ପରିବର୍ତ୍ତେ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କୁ ବଞ୍ଚାଇବାରେ ଲାଗିଛି ।

 

Leave a Reply