spot_img

Latest Posts

ୟୁପି କଂଗ୍ରେସରେ କନ୍ଦଳ; ଇସ୍ତଫା ଦେଲେ ପ୍ରିୟକାଙ୍କ ପାଖ ଲୋକ ଅଙ୍କିତ

ଆଜମଗଡ଼: ଉତ୍ତରପ୍ରଦେଶ କଂଗ୍ରେସରେ କନ୍ଦଳ ଦେଖାଦେଇଛି । ଫଳରେ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀଙ୍କ ଅତି ନିକଟତର ବୋଲାଉଥିବା ଅଙ୍କିତ ପାଣ୍ଡେ । ଯିଏକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଦାୟିତ୍ୱରେ ଥିଲେ ।

ସେ କଂଗ୍ରେସ ରାଜ୍ୟ ସଭାପତି ଅଜୟ କୁମାର ଲଲ୍ଲୁଙ୍କୁ ସ୍ୱର୍ଣ୍ଣ ଓ ଖାସ୍ କରି ବ୍ରାହ୍ମଣ ବିରୋଧୀ ବୋଲି ଆକ୍ଷେପ କରିଛନ୍ତି। ଏଥିସହ ଅଙ୍କିତ କଂଗ୍ରେସର ସବୁ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଦଳ ପକ୍ଷରୁ ତାଙ୍କୁ ସମସ୍ତ ପଦବୀରୁ ନିଲମ୍ବିତ ମଧ୍ୟ କରାଯାଇଛି।

ଆଜମଗଡ ଜିଲ୍ଲାର ଇଟେଲୀ ଗାଁର ବାସିନ୍ଦା ଅଙ୍କିତ ପାଣ୍ଡେ ଜଣାଶୁଣା ଯୁବ ନେତାଙ୍କ ମଧ୍ୟରେ ଗଣାଯାଏ। ଖୁବ୍ ଅଳ୍ପ ସମୟରେ ନିଜର କାର୍ଯ୍ୟ ଦକ୍ଷତା ବଳରେ ସେ କଂଗ୍ରେସରେ ଦୀର୍ଘ ପଥ ଅତିକ୍ରମ କରିଥିଲେ। ଏପରିକି ତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଅତି ନିକଟତର ବୋଲି ମଧ୍ୟ କୁହାଯାଏ। ଯେଉଁଥିପାଇଁ ଅଙ୍କିତଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣାସୀର ଦାୟିତ୍ୱରେ ରଖାଯାଇଥିଲା। ରାଜ୍ୟ ସଭାପତି ଅଜୟ କୁମାର ଲାଲୁଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।

Latest Posts

Don't Miss