ଉତ୍ତରପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କୁ କରୋନା
1 min readଲକ୍ଷ୍ନୌ: କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଉତ୍ତର ପ୍ରଦେଶ ଭାଜପା ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ କରୋନା ପିଜିଟିଭ ହୋଇଛନ୍ତି । ନିଜେ ଟ୍ୱିଟ କରି ସ୍ୱତନ୍ତ୍ର ଦେବ ସିଂ ଏହି ସୂଚନା ଦେଇଛନ୍ତି । ତେବେ ପ୍ରଥମେ କରୋନାର ଲକ୍ଷଣ ଦେଖା ଯିବାପରେ ଶ୍ରୀଯୁକ୍ତ ସିଂ କୋଭିଡ ୧୯ ପରୀକ୍ଷା କରିଥିଲେ, ଯାହାପରେ ଏବେ ତାଙ୍କ ରିପୋର୍ଟ ପିଜିଟିଭ୍ ଆସିଥିବା ସେ ନିଜେ ଜଣାଇଛନ୍ତି । ଏହା ସହିତ ଗାଇଡ ଲାଇନ ଅନୁସାରେ ନିଜକୁ ସଂଘରୋଧ ଭାବରେ ରଖି ଆବଶ୍ୟକତା ଅନୁସାରେ ପରୀକ୍ଷା କରିନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଡାକ୍ତରଙ୍କ ପରାମଶର୍କ୍ରେମେ ସ୍ୱତନ୍ତ୍ର ଦେବ ସିଂ ନିଜକୁ ଘରେ ସଂଘରୋଧ ଭାବରେ ରଖିଥିବା ଅନ୍ୟ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସମସ୍ତ ରାଜ୍ୟବାସୀଙ୍କୁ ସରକାରଙ୍କ ଗାଇଡ ଲାଇନକୁ କଡ଼ାକଡ଼ି ଭାବରେ ମାନିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀଯୁକ୍ତ ସିଂ ।
मुझे कोरोना के शुरुआती लक्षण दिख रहे थे जिसके चलते मैंने अपनी कोविड-19 की जाँच कराई। जाँच में मेरी रिपोर्ट कोरोना पॉज़िटिव आई है। मुझसे संपर्क में आने वाले सभी लोगों से मेरा निवेदन है कि वह गाइडलाइन के अनुसार स्वयं को क्वारंटाइन कर ले और आवश्यकता अनुसार अपनी जाँच करा ले।
— Swatantra Dev Singh (@swatantrabjp) August 2, 2020
डॉक्टर की सलाह पर मैं वर्तमान में अपने आवास पर होम क्वारंटाइन हूँ। मेरा सभी प्रदेश्वासियों से निवेदन है कि पूरी सावधानी बरतें और सरकार की गाइडलाइन का सख़्ती से पालन करे।
— Swatantra Dev Singh (@swatantrabjp) August 2, 2020
ଆପଣଙ୍କୁ କହିରଖୁଛୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ନିଜେ କୋଭିଡ ପଜିଟିଭ୍ ହୋଇଥିବା ସୂଚନା ଟ୍ୱିଟରରେ ଦେଇଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ ପରୀକ୍ଷଣ କରିବା ମଧ୍ୟ ପାଇଁ କହିଛନ୍ତି ।