ନୂଆ ରୂପରେ ସଜେଇ ହୋଇଛି ଉତ୍କଳମଣୀ ଗୋପବନ୍ଧୁ ଜନ୍ମ ପୀଠ

1 min read

ପୁରୀ: ମିଶୁ ମୋର ଦେହ ଏଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ । ଦେଶର ସ୍ବରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋହ ମାଂସ-ହାଡ଼ । ଉତ୍କଳମଣୀଙ୍କ ଏହି ପଙକ୍ତି ଏବେ ସାକାର ରୂପ ନେଇଛି । ତାଙ୍କ ଜନ୍ମସ୍ଥାନ ସତ୍ୟବାଦୀର ସୁଆଣ୍ଡୋରେ ଏହାର ଝଲକ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ସଜେଇ ହୋଇଛି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ । ତାଙ୍କ ଷଠି ଘର ହେଉକି ଏନ୍ତୁଡ଼ି ଶାଳ, ଗୋପବନ୍ଧୁଙ୍କ ପ୍ରତିଟି ମୁହୂର୍ତ୍ତକୁ ଜୀବନ୍ତ ଦେଖି ବିମୋହିତ ହୋଇଛନ୍ତି ଗୋପବନ୍ଧୁ ପ୍ରେମୀ । ଆଜି ତାଙ୍କ ଜନ୍ମଦିନରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଓ ସ୍କୁଲ ଛାତ୍ର ଛାତ୍ରୀ ଏକାଠି ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ଗୋପବନ୍ଧୁଙ୍କ ପୀଠର ଉନ୍ନତି ହୋଇଛି । ଉତ୍କଳମଣିଙ୍କ ପ୍ରତିଟି ସନ୍ତକକୁ ଅତି ସୁନ୍ଦରଭାବେ ସ୍ଥାପନ ଓ ସଂରକ୍ଷଣ କରାଯାଇଛି ।ସଂଗ୍ରହାଳୟରେ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ବ, ଅସହାୟଙ୍କୁ ସହଯୋଗର ଜୀବନ୍ତ ଛବି ଦେଖିବାକୁ ମିଳିଛି । ଏବେ ପର୍ଯ୍ୟଟକଙ୍କ ଆକର୍ଷଣ ସାଜିଛି ପୁରୀ ଜିଲ୍ଲାର ସୁଆଣ୍ଡୋ ଗାଁ । ଏହାକୁ ନେଇ ସତ୍ୟବାଦୀ ପୂର୍ବତନ ବିଧାୟକ ସନ୍ତୋଷ ପ୍ରକାଶ କରିଥିବାବେଳେ ସମାଧି ପୀଠର ବିକାଶ ଦିଗରେ ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ବଦଳିଛି ସୁଆଣ୍ଡୋର ରୂପରେଖ, ନୂଆ ରୂପ ପାଇଥିବା ସୁଆଣ୍ଡୋକୁ ନେଇ ପର୍ଯ୍ୟଟକଙ୍କ ମୁହଁରେ ଏବେ ରାଜ୍ୟ ସରକାରଙ୍କ ପ୍ରଶଂସା