୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ, ୫ ଦିନ ବ୍ୟାପୀ ପ୍ଲାଟିନମ୍ ଜୁବଲି ଉତ୍ସବ

1 min read

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୂରିଲା ୭୫ ବର୍ଷ । ଆଜିଠାରୁ ଆରମ୍ଭ ହେଲା ପ୍ଲାଟିନମ୍ ଜୁବଲି ଉତ୍ସବ । ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହାସହ ଇ-ଲାଇବ୍ରେରି ଓ ରୁଷା ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିକ୍ଷାକୁ ଆଗେଇ ନେବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ଉଦଘାଟନୀ ଉତ୍ସବରେ ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏଥିସହ ପଢ଼ନ୍ତୁ ଓଡ଼ିଶା ସରକାରଙ୍କ 5T କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ନିତି ଆୟୋଗ

ଉତ୍କଳ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ଶହେ କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା । ସେଥିରୁ ଚଳିତ ଶିକ୍ଷାବର୍ଷରେ ୪୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍‌ ଜୁବଲି ଉତ୍ସବ ଆସନ୍ତ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।

Leave a Reply