ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର ହେବ ‘ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ’
1 min readଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟକୁ ବିଶ୍ଵସ୍ତରୀୟ ଉତ୍କର୍ଷ କେନ୍ଦ୍ର କରାଯିବ । ଏଥିପାଇଁ ଯାହା ଦରକାର ତାହା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆସନ୍ତା ଶନିବାର ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ବୈଠକ ବସିବ । ୧୯୯୯ରେ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର ଶୁଭ ଦେଇଥିଲେ । ଏହା ତାଙ୍କର ଡ୍ରିମ ପ୍ରୋଜେକ୍ଟ । ଏହି ବିଶ୍ବବିଦୟାଳୟର ସର୍ବାଙ୍ଗୀନ ଉନ୍ନତି କରାଯିବ । ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରୌପ୍ୟ ଜୟନ୍ତୀରେ ଯୋଗଦେଇ ଏହା କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନ । ସଂସ୍କୃତି ହିଁ ମଣିଷର ପରିଚୟ । ସଂସ୍କୃତି ସମାଜର ପରିଚୟ । ଆମ ସମାଜର କଳା, ଐତିହ୍ୟ ସମୃଦ୍ଧ । ଓଡ଼ିଶା ସଂସ୍କୃତି ପ୍ରାଚୀନ କାଳରୁ ପରିଚିତି ହାସଲ କରିପାରିଛି । ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ସଂସ୍କୃତି ସବୁବେଳେ ଅଭ୍ୟୁଦୟ ହୁଏ । ସାଧବ ପୁଅ ବିଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ । ଆଜି ମିଶନ ଶକ୍ତି ମାଆ ବ୍ୟବସାୟ ପାଇଁ ବିଦେଶ ଯାଉଛନ୍ତି । ଏହି ବିଶ୍ଵବିଦ୍ୟାଳୟ ଆଧୁନିକ ସଂସ୍କୃତିକୁ ଭବିଷ୍ୟତ ଲାଗି ଦିଗଦର୍ଶନ ଦେବ । ପୁରୁଣା ସଂସ୍କୃତିକୁ ବି ପ୍ରାମାଣିକ କରିବା ।
ଶ୍ରୀମନ୍ଦିର ପରିକ୍ରମା, ମନ୍ଦିର ସୁରକ୍ଷା, ମେଟ୍ରୋ ରେଳ, ଯୁବ ପିଢ଼ିଙ୍କ ଲାଗି IT କମ୍ପାନୀ ଆଣୁଛନ୍ତି ମୁଖ୍ୟମନ୍ତ୍ରୀ । ରୂପାନ୍ତରର ଏହା ସୂତ୍ରଧର । ନିଜ ଉପରେ ବିଶ୍ୱାସ ରଖନ୍ତୁ । ପୁରସ୍କାର ପାଇଲେ ଗର୍ବ କରନ୍ତୁ ନାହିଁ । ପୁରସ୍କାର ନ ପାଇଲେ ନିରାଶ ହୁଅନ୍ତୁ ନାହିଁ । ଭଗବାନ ଅଛନ୍ତି ସମସ୍ତଙ୍କ ପାଇଁ । କର୍ମ କରନ୍ତୁ, ଫଳ ଆମ ହାତରେ ନାହିଁ ବୋଲି ମନ୍ତ୍ର ଦେଇଛନ୍ତି ସଚିବ । ସେହପିର ମାଆ, ବାପା, ଗୁରୁଙ୍କୁ ସମ୍ମାନ କରନ୍ତୁ । ତାଙ୍କ ଠାରୁ ଆଗକୁ ଯାଆନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି । ତେବେ ଆସନ୍ତା ବର୍ଷ ଯେବେ ପ୍ରତିଷ୍ଠା ଦିବସ ପାଳନ ହେବ, ନୂଆ ଅଡିଟୋରିଅମ କାମ ସରିଯାଇଥିବ । ସେଠାରେ ପ୍ରତିଷ୍ଠା ଦିବସ ପାଳନ ହେବ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।