spot_img

Latest Posts

୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିଲେନି ଶ୍ରମିକ, ଚାଲିଛି ରେସ୍କ୍ୟୁ ଅପରେସନ

ଉତ୍ତରାଖଣ୍ଡ: ୪ ଦିନ ପରେ ବି ଟନେଲରୁ ଉଦ୍ଧାର ହୋଇପାରିନାହାନ୍ତି ଶ୍ରମିକ। ଆଜି ପଞ୍ଚମ ଦିନରେ ଚାଲିଛି ରେସ୍କ୍ୟୁ ଅପରେସନ । ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଭିତରେ  ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ସମ୍ଭବ ହେଉନାହିଁ । ଗତକାଲି ଷ୍ଟିଲ ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଇଥିଲା । ମାତ୍ର ତାହା ସଫଳ ହୋଇପାରିନାହିଁ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ବିଦେଶୀ ବିଶେଷଜ୍ଞଙ୍କ ସହାୟତା ଲୋଡ଼ାଯାଇଛି।

ଥାଇଲାଣ୍ଡ୍ ଓ ନରଓ୍ବେର ବିଶେଷଜ୍ଞମାନଙ୍କ ସହାୟତା ମଗାଯାଇଛି। ଉଦ୍ଧାରକାରୀ ଦଳର କହିବା ଅନୁସାରେ ୬୦ ମିଟର ଧୂଳିମାଟି ଭିତରୁ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇପାରିଛି। ଆଜି ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରାଯିବ ବୋଲି ଆଶା ପ୍ରକାଶ କରାଯାଉଛି। ନୂଆ ଡ୍ରିଲିଂ ମେସିନ୍ ଲଗାଇବା ପାଇଁ ପ୍ଲାଟଫର୍ମ ଲେଭେଲିଂ କାମ ଚାଲିଛି। ପାଇପକୁ ଆବର୍ଜନା ଭିତରକୁ ଠେଲି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି । ୯୦୦ ମିଲିମିଟର ପାଇପ୍ ଶ୍ରମିକମାନଙ୍କ ପାଇଁ ଯଥେଷ୍ଟ ପ୍ରଶସ୍ତ ହେବ। ପ୍ଲାଟଫର୍ମକୁ ସୁଦୃଢ଼ କରିବା ପାଇଁ କଂକ୍ରିଟ କାମ ମଧ୍ୟ ଚାଲିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଛି । ଏବଂ ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି। ସେପଟେ ଶ୍ରମିକଙ୍କ ପରିବାର ଘଟଣାସ୍ଥଳରେ ବିକ୍ଷୋଭରେ ବସିଛନ୍ତି ।

Latest Posts

Don't Miss