କରୋନାକୁ ନେଇ ସଚେତନ ଥିବା ସାହିଦ କପୁରଙ୍କୁ ଟ୍ରୋଲ କଲେ ୟୁଜର୍ସ
ମୁମ୍ବାଇ: ଅଭିନେତା ସାହିଦ କପୁରଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଥିଲା । ସାହିଦ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ସହିତ ଏକ ନୂଆ ଉପାୟରେ ଫେସ ସିଲ୍ଡ ପିନ୍ଧିଥିଲେ । ଏହାକୁ ଦେଖିବା ପରେ କିଛି ଫ୍ୟାନ୍ସ ତାଙ୍କୁ ପ୍ରଶଂସା କରିଥିଲେ ଏବଂ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିପଡିଛନ୍ତି ।
ସାହିଦଙ୍କୁ ଏହି ନୂଆ ଲୁକରେ ଚିହ୍ନିବା ମୁସ୍କିଲ ହୋଇପଡୁଛି । ତାଙ୍କ ଅଲ ବ୍ଲାକ୍ ଲୁକ୍ ସହିତ ସେ ମାସ୍କ, ଏକ କଳା ଚଷମା ଓ ଫେସ୍ ସିଲ୍ଡ ଲଗାଇଛନ୍ତି । ଏଥିରେ ତାଙ୍କ ମୁହଁ ଜମା ବି ଜଣାପଡୁନି । ଏବେ ତାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଟ୍ରୋଲର୍ସ ତାଙ୍କ ମଜା ଉଡାଉଛନ୍ତି । ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ ଏହା କେମିତିକା ଫ୍ୟାସନ । ଆଉ ଜଣେ ଲେଖିଛନ୍ତି ଯେ ଯଦି ଏତେ ଡରୁଛ ତେବେ ଘରୁ କାହିଁକି ବାହାରୁଛ ।
ପୂର୍ବରୁ ମୀରା ଓ ସାହିଦଙ୍କ ଏକ ଫଟୋ ଖୁବ୍ ଭାଇରାଲ ହେଉଥିଲା । ଯେଉଁଥିରେ ସେମାନେ ପରସ୍ପରକୁ ରଙ୍ଗ ଲଗାଉଥିବା ନଜର ଆସୁଥିଲେ । ସାହିଦ ଏକ ଫଟୋ ଓ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ନିଜ ପତ୍ନୀଙ୍କୁ କିସ୍ କରୁଥିଲେ । ମୀରା ଫଟୋ ସେୟାର କରି ଲେଖିଥିଲେ ଯେ ହାପି ହୋଲି । ଏଥର ସେ ପ୍ରକୃତ ସାହିଦ କପୁରଙ୍କୁ ଭେଟିଲେ ।
ୱର୍କଫ୍ରଣ୍ଟ କଥା କହିବାକୁ ଗଲେ ସାହିଦ ଖୁବ୍ ଶୀଘ୍ର ତେଲୁଗୁ ଭାଷାର ଜାତୀୟ ପୁରସ୍କାର ବିଜେତା ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ । ସାହିଦ ଏଥିରେ ଜଣେ କ୍ରିକେଟର ଭୂମିକାରେ ନଜର ଆସୁଛନ୍ତି । ଏବେ ସେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।