ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପମାନ..!

1 min read

ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରାଯାଇଛି । ଏହି ପ୍ରତିମୂର୍ତ୍ତି ୱାଶିଂଟନ୍‌ରେ ଥିବା ଭାରତୀୟ ଦୂତାବାସରେ ରହିଛି । କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଯେଉଁ ବିକ୍ଷୋଭ କରାଯାଉଛି, ସେହି ସମୟରେ ବାପୁଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରାଯାଇଛି । ଆମେରିକାର ପାର୍କ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଘୋଡ଼ାଇ ଦିଆଯାଇଛି । ତେବେ ଏବେ ସୁଦ୍ଧା ଏନେଇ ଆମେରିକାର ଦୂତାବାସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ପ୍ରକାଶ କରାଯାଇ ନାହିଁ । କିନ୍ତୁ ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ପ୍ରକାଶ ଯେ, ବାପୁଙ୍କ ପ୍ରତିମୂର୍ତ୍ତିକୁ ଅପମାନିତ କରିବା ଘଟଣାରେ ଆମେରିକା ପାର୍କ ପୋଲିସ ତଦନ୍ତ କରୁଛି ।

 

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ୱାଶିଂଟନ୍ ଡିସିରେ ଥିବା ଭାରତୀୟ ଦୂତାବାସ ସମ୍ମୁଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ୧୬ ସେପ୍ଟେମ୍ବର ୨୦୦୦ ମସିହାରେ ଉନ୍ମୋଚନ କରିଥିଲେ । ଏହି ପ୍ରତିମୂର୍ତ୍ତି ବ୍ୟତୀତ ଆମେରିକାର ଅନେକ ସହରରେ ମହାତ୍ମା ଗାନ୍ଧୀଙ୍କର ଦୁଇ ଡଜନରୁ ଅଧିକ ପ୍ରତିମୂର୍ତ୍ତି ରହିଛି ।

Leave a Reply