କରୋନା ସମ୍ପର୍କିତ ଭୁଲ ତଥ୍ୟ ପାଇଁ ଚୀନକୁ ଭୋଗିବାକୁ ପଡ଼ିବ ଦଣ୍ଡ

1 min read

ଚୀନକୁ ଟାର୍ଗେଟ କରିଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନକୁ ଇସାରାରେ ଧମକ । କରୋନା ସମ୍ବନ୍ଧରେ WHO ଏବଂ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ଭୁଲ ତଥ୍ୟ ଦେଇଥିବାରୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଟ୍ରମ୍ପ ଚେତାବନି ଦେଇଛନ୍ତି ।  ଚାଇନାର ଉହାନରୁ ଏହି ଭାଇରସ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ୧,୧୯,୬୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୨୦ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

ତେବେ ସୋମବାର ହ୍ୱାଇଟ୍‌ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ବାରମ୍ବାର ଗୋଟିଏ ପ୍ରଶ୍ନ ପଚାରିଥିଲେ । ଯଦି ଚୀନ ଏହି ଭାଇରସ ପାଇଁ ଦାୟୀ ତେବେ ଏପର୍ଯ୍ୟନ୍ତ ଚୀନ ଉପରେ କୌଣସି ଖରାପ ପ୍ରଭାବ ପଡୁନି କାହିଁକି ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ,  ଆପଣ କିପରି ଜାଣିଲେ ଚୀନ ଉପରେ ଏହାର ଖରାପ ପ୍ରଭାବ ପଡ଼ିନାହିଁ ବୋଲି ? ଚୀନ ଉପରେ କଣ ପ୍ରଭାବ ପଡ଼ିବ ତାହା ମୁଁ ଆପଣଙ୍କୁ କହିବି ନାହିଁ, ଆପଣ ନିଜେ ଏହା ଜାଣିପାରିବେ ବୋଲି ଟ୍ରମ୍ପ କହିଥିଲେ । ସେପଟେ ସିନେଟର ଷ୍ଟିଭ ଡେନସ୍ ଟ୍ରମ୍ପଙ୍କୁ ଏକ ଚିଠି ଲେଖି ଆମେରିକା ସରକାରଙ୍କୁ ଚୀନ୍‌ର ଚିକିତ୍ସା ଯୋଗାଣ ତଥା ଯନ୍ତ୍ରପାତି ଉପରେ ନିର୍ଭରଶୀଳତାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି । ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସୋମବାର ରିପବ୍ଲିକାନ୍ ପାର୍ଟିର ଚାରିଜଣ ସାଂସଦ ମଧ୍ୟ ଏକ ବିଲ୍ ଆଗତ କରିଛନ୍ତି।

ଆମେରିକାରେ ଲକ୍‌ଡାଉନ ବହୁତ ଶୀଘ୍ର ଖୋଲିବ ବୋଲି ଟ୍ରମ୍ପ କହିଛନ୍ତି । କରୋନା ଭାଇରସ୍ ପାଇଁ ଆମେରିକାରେ ୩୦ ଏପ୍ରିଲ ପର୍ଯ୍ୟନ୍ତ ଲକ୍‌ଡାଉନ ଜାରି କରାଯାଇଛି । କରୋନା ଭାଇରସ ଠାରୁ ବଞ୍ଚିାବା ପାଇଁ ସାମାଜିକ ଦୂରତା ସୃଷ୍ଟି କରିବାକୁ କିଛି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଦେଶର ୯୫% ରୁ ଅଧିକ ଲୋକ ଏହି ମାରାତ୍ମକ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଟ୍ରମ୍ପ କହିଛନ୍ତି, “ମୁଁ ମୋର ଦଳ ଏବଂ ବରିଷ୍ଠ ବିଶେଷଜ୍ଞ ମାନଙ୍କ ସହିତ ଆଲୋଚନା କରୁଛି ଏବଂ ଦେଶ ଖୋଲିବା ପାଇଁ ଯୋଜନା ସଂପୂର୍ଣ୍ଣ କରିବାକୁ ଆମେ ଅତି ନିକଟତର ।

ସେ କହିଛନ୍ତି ଯେ ମୋର ପ୍ରଶାସନର ଯୋଜନା ଏବଂ ନିର୍ଦ୍ଦେଶାବଳୀ ଆମେରିକାର ଲୋକଙ୍କୁ ସାଧାରଣ ଜୀବନ ଆରମ୍ଭ କରିବାକୁ ଆତ୍ମବିଶ୍ୱାସ ଦେବ । ରାଷ୍ଟ୍ରପତି କହିଛନ୍ତି ଯେ ଏହା ଆମର ଆବଶ୍ୟକ । ଆମେ ଆମ ଦେଶକୁ ଖୋଲିବାକୁ ଚାହୁଁଛୁ, ଆମେ ପୁଣି ସାଧାରଣ ଜୀବନଯାପନ କରିବାକୁ ଚାହୁଁଛୁ ।  ଆମ ଦେଶ ଖୋଲିବାକୁ ଯାଉଛି ଏବଂ ଏହା ସଫଳତାର ସହ ଖୋଲିବ। ସେପଟେ ମଙ୍ଗଳବାର ଦିନ ଅତି କମରେ୧୩୩୪ଜଣ ସଂକ୍ରମିତ ହୋଇଥିବା ଲୋକଙ୍କର ଜୀବନ ଯାଇଥିଲା ।  ଏବଂ ୨୪,୮୯୫ଟି ନୂଆ କରୋନା ପଜିଟିଭ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୫.୮ ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।

 

Leave a Reply