ଆମେରିକୀୟ କମ୍ପାନୀ ଗୁଡ଼ିକ ଉପରେ ଲାଗୁ ଟ୍ୟାକ୍ସ ଉପରେ ଆମେରିକାର ତଦନ୍ତ

1 min read

ନୂଆଦିଲ୍ଲୀ: ବିଭିନ୍ନ ଦେଶଗୁଡ଼ିକ ପକ୍ଷରୁ ଆମେରିକୀୟ କମ୍ପାନୀ ଉପରେ ଲାଗୁ ଟ୍ୟାକ୍ସର ତଦନ୍ତ ଆରମ୍ଭ କରିଛି ଆମେରିକା । ଫେସ୍‌ବୁକ୍‌, ଗୁଗୁଲ, ଆମାଜନ, ନେଟ୍‌ଫ୍ଲିକ୍ସ ଭଳି କମ୍ପାନୀ ଉପରେ ଲାଗୁ କରାଯାଇଥିବା ଡିଜିଟାଲ ଟ୍ୟାକ୍ସର ଚାଲିଛି ତଦନ୍ତ । ଭାରତ ସମେତ ବ୍ରିଟେନ୍‌, ଅଷ୍ଟ୍ରେଲିଆ, ବ୍ରାଜିଲ, ଚେକ୍‌ ରିପବ୍ଲିକ୍, ଇଣ୍ଡୋନେସିଆ, ଇଟାଲୀ, ସ୍ପେନ୍‌, ତୁର୍କୀ ପକ୍ଷରୁ ଲାଗୁ ହୋଇଛି ଟ୍ୟାକ୍ସ । ଏଭଳି ଟ୍ୟାକ୍ସ ଆଦାୟ କରି ସମ୍ପୃକ୍ତ ଦେଶମାନେ ଆମେରିକୀୟ କମ୍ପାନୀଗୁଡ଼ିକ ପ୍ରତି ଅନ୍ୟାୟ କରୁଥିବା ଯୁକ୍ତି ବାଢ଼ିଛି ଆମେରିକା । ଏଣୁ  ୟୁଏସ୍‌ ଟ୍ରେଡ୍ ରିପ୍ରେଜେନଟିଭ୍‌ର(ୟୁଏସ୍‌ଟିଆର) ସେକ୍ସନ ୩୦୧ ଅନୁଯାୟୀ ହେବ ତଦନ୍ତ । ଭାରତ ପକ୍ଷରୁ ଗତ ଏପ୍ରିଲ ମାସରେ ଆମେରିକୀୟ ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ୨%ର ଟ୍ୟାକ୍ସ ଲାଗୁ ପରେ ଏଭଳି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି ଆମେରିକା ।

ଏହା ପୂର୍ବରୁ ବିଜ୍ଞାପନ ବାବଦକୁ କମ୍ପାନୀଗୁଡ଼ିକ ଯେଉଁ ଆୟ କରୁଥିଲେ ତାହା ଉପରେ ୬% ଟ୍ୟାକ୍ସ ଆଦାୟ କରୁଥିଲା ଭାରତ । କିନ୍ତୁ ପରେ ଏପ୍ରିଲ ମାସରେ ଏଥିରେ ସଂଶୋଧନ କରାଯାଇ ସମସ୍ତ ଇ-କମର୍ସ କମ୍ପାନୀ ଗୁଡ଼ିକର ମୋଟ ଆୟର ୨% ଟ୍ୟାକ୍ସ ଲାଗୁ ହୋଇଛି ।

ତେବେ ଏ ନେଇ ଭାରତୀୟ ଅଧିକାରୀଙ୍କ କହିବା ହେଲା ଯେ, ଭାରତକୁ ଟାର୍ଗେଟ କରି ଏଭଳି ତଦନ୍ତ କରାଯାଉନାହିଁ । ଡିଜିଟାଲ ଟ୍ୟାକ୍ସର ତଦନ୍ତ କରିବା ଏହାର ଲକ୍ଷ୍ୟ । ୟୁଏସ୍ ଟ୍ରେଡ୍‌ ରିପ୍ରେଜେନ୍‌ଟିଭ୍‌ର ପରମର୍ଶ ଅନୁଯାୟୀ ଏଭଳି କରାଯାଉଛି । ଭାରତ ପକ୍ଷରୁ ଲାଗୁ ଏଭଳି ଟ୍ୟାକ୍ସ ଯଥାର୍ଥ କି ନୁହଁ ସେ ନେଇ ତଦନ୍ତ କରୁଛି ୟୁଏସ୍‌ଟିଆର । ତେବେ ଭାରତ ପକ୍ଷରୁ ଜାରି ହୋଇଥିବା ଟ୍ୟାକ୍ସ ଯଥାର୍ଥ, ଏହା ଆମେରିକୀୟ କମ୍ପାନୀ ପ୍ରତି କୌଣସି  ଅନ୍ୟାୟ ନୁହେଁ ବୋଲି ଏଯାବତ୍‌ ହୋଇଥିବା ତଦନ୍ତରୁ ଜଣାପଡ଼ିଥିବା ଜଣେ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । କିନ୍ତୁ ଫ୍ରାନ୍ସ ପକ୍ଷରୁ ଜାରି ହାଇଥିବା  ଟ୍ୟାକ୍ସ ଯଥାର୍ଥ ନୁହେଁ । ଏହା ଆମେରିକୀୟ କମ୍ପାନୀଗୁଡ଼ିକୁ କାରବାର କରିବା ଦିଗରେ ଅଧିକ ଚାପ ସୃଷ୍ଟି କରୁଛି ।

Leave a Reply