ନିଜ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ପଠାଇଲା ବିମାନ, କିନ୍ତୁ ୮୦୦ଙ୍କ ମଧ୍ୟରୁ ମାତ୍ର ୧୦ ଜଣ ବିମାନରେ ବସିଲେ !

1 min read

ନୂଆଦିଲ୍ଲୀ: କରୋନା ସଂକଟ ବିଶ୍ୱ ମହାମାରୀରେ ରୂପ ନେଇଥିବା ବେଳେ ପ୍ରଥମ ବିଶ୍ୱ କୁହାଯାଉଥିବା ଆମେରିକା ଓ ୟୁରୋପର ନାଗରିକ ଭାରତ ଭଳି ତୃତୀୟ ବିଶ୍ୱରେ ନିଜକୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଯାହାର ଉଦାହରଣ ନିକଟରେ ଘଟିଥିବା ଗୋଟିଏ ଘଟଣାରୁ ଜଣାପଡୁଛି । ଗତ ସପ୍ତାହରେ ଅଷ୍ଟ୍ରେଲିଆ ତାର ୪୪୪ ଜଣ ନାଗରିକଙ୍କୁ ନିଜ ଦେଶକୁ ଫେରାଇ ନେବାକୁ ଏକ ସ୍ୱତନ୍ତ୍ର ବିମାନ ପଠାଇଥିଲ । ଅଷ୍ଟ୍ରେଲିଆର ନାଗରିକ ନିଜ ଦେଶକୁ ଫେରିଯାଇଥିଲେ । ଅଷ୍ଟ୍ରେଲିଆ ଭଳି ୟୁରୋପର କିଛି ଦେଶ ଓ ଆମେରିକା ମଧ୍ୟ ସ୍ୱତନ୍ତ୍ର ବିମାନ ଜରିଆରେ ନିଜ ନାଗରିକଙ୍କୁ ଫେରାଇ ନେଉଛନ୍ତି ।

୫ମିନିଟରେ ସମ୍ଭବ ହେବ କରୋନା ନମୂନା ପରୀକ୍ଷା, ଏପ୍ରିଲ ୧୮ ସୁଦ୍ଧା ଭାରତକୁ ଆସିବ ରାପିଡ କିଟ୍

ତେବେ ଗତ ସପ୍ତାହରେ ଏଭଳି ଗୋଟିଏ ଘଟଣା ଘଟିଛି ଯାହା ପ୍ରମାଣିତ କରୁଛି ଯେ,ଆମେରିକୀୟ ମାନେ ନିଜ ଦେଶ ଅପେକ୍ଷା ଭାରତରେ କରୋନା କବଳରୁ ଅଧିକ ସୁରକ୍ଷିତ ମନେ କରୁଛନ୍ତି । ଗତ ସପ୍ତାହରେ ଆମେରିକୀୟ ଦୂତାବାସରୁ ୮ଶହ ଜଣ ନାଗରିକଙ୍କୁ ସଂପର୍କ କରାଯାଇଥିଲା । ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ଫେରିବାକୁ କୁହାଯାଇଥିଲା । ତେବେ ଏହି ୮ଶହ ଜଣଙ୍କ ମଧ୍ୟରୁ ମାତ୍ର ୧୦ ଜଣ ନିଜ ଦେଶକୁ ଫେରିବାକୁ ସବୁଜ ସଂକେତ ଦେଇଥିଲେ । ବାକି ୭୯୦ ଜଣ ଭାରତରେ ରହିବାକୁ ଇଛା ପ୍ରକାଶ କରିଛନ୍ତି ।

ବିଶ୍ବରେ ୧୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା…ଆମେରିକା ଓ ସ୍ପେନରେ ସ୍ଥିତି ସଙ୍ଗୀନ

ଆମେରିକା କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । କେବଳ ନ୍ୟୁୟର୍କରେ ଯେତିକି କରୋନା ସଂକ୍ରମିତ ଠାବ ହୋଇଛନ୍ତି ତାହା ଚୀନର ଉହାନ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ । ୫ ଲକ୍ଷ ୬୦ ହଜାର ଆକ୍ରାନ୍ତଙ୍କୁ ମଧ୍ୟରୁ ୨୨ ହଜାର ୧୧୫ ଜଣ ପ୍ରାଣ ହରାଇଲେଣି । ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ପରେ ସ୍ପେନ୍,ଇଟାଲୀ,ଫ୍ରନ୍ସ ଓ ଜର୍ମାନୀ ରହିଛନ୍ତି ।

ବର୍ତ୍ତମାନ ଭାରତରେ ୨୪ ହଜାର ଆମେରିକୀୟ ନାଗରିକଙ୍କ ଅଛନ୍ତି । ଆମେରିକୀୟ ଦୂତାବାସ ଏହି ନାଗରିକଙ୍କୁ ଟ୍ରାକ୍ କରୁଛି ।

Leave a Reply