ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆ ଶାନ୍ତି କଥାବାର୍ତ୍ତା ବିଫଳ ହେବା ଉଗ୍ରମୁଖା ଆମେରିକା। ଯଦି ଇରାନକୁ ଚୀନ ଅସ୍ତ୍ରଶସ୍ତ୍ର ଯୋଗାଏ ତେବେ ଏହାର କୁପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଇରାନ ନିଜ ଜିଦରେ ଅଟଳ ରହିବା ଯୋଗୁ ପଶ୍ଚିମ ଏସିଆ କଥାବାର୍ତ୍ତା ବିଫଳ ହୋଇଛି। ତେବେ ଇରାନକୁ ଯଦି ଚୀନ ଅସ୍ତ୍ରଶସ୍ତ୍ର ରପ୍ତାନି କରେ ତେବେ ଚୀନ ବଡ଼ ସମସ୍ୟାର ସମ୍ମୁଖୀନ ହେବ ବୋଲି କହିଛନ୍ତି ଟ୍ରମ୍ପ। ଆସନ୍ତା କିଛି ସପ୍ତାହ ମଧ୍ଯରେ ଚୀନ ଠାରୁ ଇରାନ ଏୟାର ଡିଫେନ୍ସ ସିଷ୍ଟମ ପାଇବ ବୋଲି ଚର୍ଚ୍ଚା ହେବା ପରେ କ୍ଷୁବ୍ଧ ହୋଇଛି ଆମେରିକା। ଆମେରିକା ଓ ଇସ୍ରାଏଲ ହମଲାରେ ଇରାନର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଥିବାରୁ ଏହାକୁ ପୁଣି ହାସଲ କରିବା ଲାଗି ଇରାନ ଯୋଜନା କରୁଥିବା ସୂଚନା ମିଳିଛି। ତେବେ ଇରାନକୁ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇବା ଖବର କପୋଳକଳ୍ପିତ ବୋଲି କହିଛି ଇରାନ।

