spot_img

Latest Posts

ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼ : ୨ ମୃତ, ୮ ଆହତ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ବ୍ରାଉନ ୟୁନିଭର୍ସିଟିରେ ଗୁଳିମାଡ଼। ଏଥିରେ ପ୍ରାଣ ହରାଇଛନ୍ତି ୨ ଜଣ। ଆହତ ହୋଇଛନ୍ତି ୮ ଜଣ। ବ୍ରାଉନ ୟୁନିଭର୍ସିଟିର ଇଞ୍ଜିନିୟରିଂ ବିଲଡିଂରେ ଦୁର୍ବୃତ୍ତ କରିଥିଲା ଫାୟାରିଂ। ଏହି ଘଟଣାରେ ଜଡ଼ିତ ଅପରାଧୀକୁ କାବୁ କରିଛି ପୋଲିସ। ୟୁନିଭର୍ସିଟିରେ ପରୀକ୍ଷା ଚାଲିଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି। କଳା ପୋଷାକ ପରିହିତ ଜଣେ ଯୁବକ ୟୁନିଭର୍ସିଟି କ୍ୟାମ୍ପସରେ ପ୍ରବେଶ କରି ଗୁଳିମାଡ କରିଥିଲା। ଡେପୁଟି ପୋଲିସ ଚିଫ ଟିମୋଧି ଓହାରା କହିଛନ୍ତି ଅପରାଧୀଜଣକ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା। ତେବେ ପରେ ତାକୁ କାବୁ କରାଯାଇଛଇ। ଗୁଳିକାଣ୍ଡ ନେଇ ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କୁ ପୋଲିସ ସତର୍କ କରାଇଥିଲା। ଗୁଳିମାଡ଼ ଘଟଣାର କାରଣ ଜଣାପଡ଼ିନାହିଁ। ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ଏଫବିଆଇ ତଦନ୍ତ କରୁଛି ବୋଲି ସେ କହିଛନ୍ତି

Latest Posts

Don't Miss