ମା’ଙ୍କ ମଜାଳିଆ କଥା ଶୁଣି କୋମାରୁ ଉଠିଗଲା ଝିଅ, ଜାଣନ୍ତୁ କ’ଣ ସେହି କଥା..

ମିଚିଗାନ: ମା’ଙ୍କ ମଜାଳିଆ କଥା ଶୁଣି କୋମାରୁ ଉଠିଗଲା ଝିଅ। ଏଭଳି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ। ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜେନିଫର ଫ୍ଲେବେଲେନ ନାମକ ମହିଳା ପାଖାପାଖି ୪ ବର୍ଷ ୧୧ ମାସ ପରେ କୋମାରୁ ଉଠିଛନ୍ତି । ୨୦୧୭ରେ ସେ କାର୍ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହା ପରେ ସେ କୋମାକୁ ପଳାଇଯାଇଥିଲେ ।

ତେବେ ଡାକ୍ତର ମାନେ ତାଙ୍କର ବ୍ରେନ୍ କାମ କରୁନଥିବା କହିବା ସହ ସେ କୋମାରୁ ଫେରିବା ନେଇ ଆଶା ହରାଇ ସାରିଥିଲେ । କିନ୍ତୁ ଡାକ୍ତର କଥାକୁ କର୍ଣ୍ଣପାତ କରିନଥିଲେ ମା’ ପେଗୀ । ଆଉ ଝିଅ ପାଖରେ ସବୁବେଳେ ରହି ତା’ କଥାବାର୍ତ୍ତା କରୁଥିଲେ । ଦୀର୍ଘ ସମୟର ଅପେକ୍ଷା ପରେ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଘଟିଥିଲା ଚମତ୍କାର। ପାଖରେ ବସିଥିବା ମାଆ ମଜାକଥା ଶୁଣାଇବା ବେଳେ ଉଠି ବସିଥିଲେ ଜେନିଫର । ସେ କୋମାରୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି ।

ଚିକିତ୍ସା କରୁଥିବା ଡାକ୍ତର ଏହାକୁ ଚମତ୍କାର ବୋଲି କହିଛନ୍ତି । ଜେନିଫର ଠିକରେ କଥା କହିପାରୁନଥିଲେ ବି ଆମ ଗହଣରେ ସକ୍ରିୟ ରହୁଥିବା ମାଆ ପେଗୀ କହିଛନ୍ତି। ଜେନିଫର କୋମାକୁ ଯିବା ବେଳେ ତାଙ୍କୁ ୩୫ ବର୍ଷ ହୋଇଥିଲା । ଏହି ଅବସରରେ ମା’ ପେଗୀ କହିଛନ୍ତି, ସବୁ ସ୍ୱପ୍ନ ଦିନେନା ଦିନେ ସତ ହୁଏ । ଆଉ ଆଜି ସେହି ଦିନ’’।