ୱାର୍ଲଡ୍ ଟୁରରେ ଯିବାକୁ ଘର ବିକିଦେଇଥିଲେ କିନ୍ତୁ..
ଓ୍ବାଶିଂଟନ: ଆପଣ ଗୋଟିଏ ସ୍ଥାନରୁ ଯିବା ପାଇଁ ଯୋଜନା କରିଥିବେ ମାତ୍ର ଶେଷ ସମୟରେ ଯଦି ଏହା ବିଫଳ ହୁଏ ତାହା ଆପଣଙ୍କ ମନରେ କେତେ ଦୁଃଖ ଦିଏ ବେଶଭାବେ ବୁଝି ପାରୁଥିବେ । ମାତ୍ର ନିଜର ସର୍ବସ୍ବ ବିକ୍ରି କରି ଗୋଟିଏ ଯୋଜନା କରିଥିବେ ଆଉ ଶେଷ ସମୟରେ ଆପଣ ଧୋକା ଖାଇବେ ତାହେଲେ କେତେ କଷ୍ଟ ହୁଏ ତାହା କଳ୍ପନା କଲାବେଳକୁ ଡର ଲାଗୁଛି । ତେବେ ଆମେରିକାର ଜଣେ ମହିଳାଙ୍କ ସହ ସମାନ ଘଯଣା ଘଟିଛି । ବିଶ୍ବ ଭ୍ରମଣ ପାଇଁ ନିଜର ଘରଦ୍ବାର ସାଙ୍ଗକୁ ସମସ୍ତ ସାମଗ୍ରୀ ବିକ୍ରି କରି ଦେଇଛନ୍ତି । ’ଲାଇଫ୍ ଆାଟ୍ ସାଗର’ କ୍ରୃଜ ସହ ବିଶ୍ବ ଭ୍ରମଣ ପାଇଁ ଚକ୍ତି କରିଥିଲେ । ୩ ବର୍ଷ ପାଇଁ ସେ ଜଳଯାତ୍ରା କରିବା ପାଇଁ ୨୬ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ ।
ନଭେମ୍ବର ୧ ତାରିଖରୁ ସେ ଏହି ଯାତ୍ରା କରିଥାନ୍ତେ । ପୂର୍ବ ଯୋଜନା ମୁତାବକ କମ୍ପାନୀ ଏହି ଘୋଷଣା କରିଥିଲା ମାତ୍ର ଏବେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଥିବାବେଳେ ମହିଳା ଜଣକ ଚିନ୍ତାରେ ପଡ଼ିଛନ୍ତି । ଘରଦ୍ବାର ସବୁ ବିକ୍ରି କରିସାରିଥିବାବେଳେ ଆଗାମୀ ଦିନରେ କେମିତି ଚଳିବେ ତାକୁ ନେଇ ଚିନ୍ତାରେ । ପୂର୍ବରୁ କୃଜ ସହ ଚିକ୍ତି ହୋଇଥିଲା କି, ସେମାନେ ତିନି ବର୍ଷ ପାଇଁ ଯାତ୍ରା କରିବେ । ୧୪୮ ଦେଶ ପରିଭ୍ରମଣ କରିବା ବେଳେ ୭ ମହାଦେଶକୁ ମଧ୍ୟ ଯିବେ । ସମସ୍ତ ଦେଶରେ ଥିବା ବଡ଼ ବଡ଼ ବନ୍ଦର ମଧ୍ୟ ଯାଇ ପରିଦର୍ଶନ କରିଥାନ୍ତେ । କିନ୍ତୁ କମ୍ପାନୀ ତାଙ୍କୁ ଠକିଥିବା ସେ କହିଛନ୍ତି । ୨୦୨୨ ମସିହାରୁ ସେ ଟିକେଟ କରିଛନ୍ତି । କମ୍ପାନୀ ତାଙ୍କୁ ବହୁ ସୁନେଲୀ ସ୍ବପ୍ନ ଦେଖାଇଥିଲା । ମାତ୍ର ଏହା ଏବେ ମରିଚିକା ପାଲଟି ଯାଇଛି । ତାଙ୍କ ଭଳି ଅନେକ ଲୋକ ,ଭଳି କରିଥିବା ମଧ୍ୟ ସେ କହିଛନ୍ତି ।