ଚୀନ ବିରୋଧରେ ଭାରତକୁ ଅସ୍ତ୍ର କରିବ ଆମେରିକା: ଜି-୭ ସାମିଲ ହେବ ଭାରତ !

1 min read

ଓ୍ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆର୍ଥିକ ଦେଶମାନଙ୍କ ସଂଗଠନରେ ସାମିଲ ହେବ ଭାରତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଚୀନର ଘୋର ବିରୋଧୀ ଦେଶମାନଙ୍କୁ ସାମିଲ କରିବାକୁ ମସୁଧା ଆରମ୍ଭ କରିଛନ୍ତି । ଏ ନେଇ ଜି-୭ ସମ୍ମିଳନୀକୁ ଶେଷ ମୂହୁର୍ତ୍ତିରେ ସେପ୍ଟମ୍ୱର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଆର୍ଥିକ ସ୍ତରରେ ସବୁଠାରୁ ଶକ୍ତିଶାଳୀ ଏହି ଜି-୭ ଦେଶମାଗୁଡ଼ିକ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି । ଯାହା ଦ୍ୱାରା ପୂର୍ବରୁ ହିଁ ସମ୍ପୃକ୍ତ ଦେଶମାନଙ୍କ ଚୀନ ସହ ସମ୍ପର୍କରେ ତିକ୍ତତା ଆସିଯାଇଛି ।

ट्रंप, पीएम मोदी और चिनफिंग

ଚୀନକୁ ଘେରିବା ପାଇଁ ପ୍ରମୁଖ ଅସ୍ତ୍ର ସାଜିବ ଭାରତ

ଋଷ ସହ ଭାରତର ସମ୍ପର୍କ ଶୀତଳ ଯୁଦ୍ଧ ସମୟରୁ ହିଁ ବହୁତ ଘନିଷ୍ଠ ରହିଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌ ଦ୍ୱାରା ଚୀନକୁ ଚାରିତରଫା ଘେରିବାକୁ ପ୍ରୟାସ ଆରମ୍ଭ କରିଛି ଆମେରିକା । ଏଭଳି ସମୟରେ ଚୀନକୁ ଚେକ୍‌ ଦେବା ପାଇଁ ଭାରତର ସହଯୋଗ ଅଧିକ ଆବଶ୍ୟକ । ଟ୍ରମ୍ପ ବୁଝିସାରିଛନ୍ତି ଯେ, ଭାରତ ବିନା ଚୀନକୁ ମାତ ଦେବା ସହଜ ନୁହେଁ । ଆମେରିକା ସେନା ଭାରତ ସହ ହିନ୍ଦ ମହାସାଗରରେ ଗୁପ୍ତ  ସୂଚନାର ବି ଆଦାନ ପ୍ରଦାନ କରୁଛି । ଗତ ୩ ରୁ ୪ ବର୍ଷ ମଧ୍ୟରେ ଆମେରିକାର ଭାରତ ସହ ସାମରିକ ଏକ୍ସରସାଇଜ ମଧ୍ୟ ବଢ଼ିଛି ।

ଜି-୭ରେ ସଦସ୍ୟ ଦେଶ

ଆମେରିକା, ଫ୍ରାନ୍ସ, ୟୁନାଇଟେଡ୍ କିଙ୍ଗଡମ୍, କାନାଡ଼ା, ଇଟଲୀ,  ଜର୍ମାନୀ ଓ ଜାପାନ 

କେଉଁ କେଉଁ ଦେଶକୁ ସାମିଲ କରିବାକୁ ଚାହୁଁଛନ୍ତି ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ ଜି-୭ ଦେଶମାନଙ୍କରେ ଭାରତ, ଋଷ, ସାଉଥ୍‌ କୋରିଆ, ଅଷ୍ଟ୍ରେଲିଆକୁ ସାମିଲ କରିବାକୁ ଚାହୁଁଛି । ଏହି ଦେଶମାନଙ୍କର ଚୀନ ସହ ସମ୍ପର୍କ ଭଲ ନାହିଁ । ଲଦାଖ୍‌ ସୀମାରେ ଭାରତ – ଚୀନର ବିବାଦ ଲାଗି ରହିଥିବା ବେଳେ ଅଷ୍ଟ୍ରେଲିଆକୁ ଏଥିରେ ସାମିଲ କରିବାକୁ ଚାହୁଁଛି । ଚୀନ ଆଷ୍ଟ୍ରେଲିଆରୁ ଆମଦାନୀ ହେଉଥିବା ମାଂସ ଉପରେ ରୋକ ଲଗାଇଛି । ଏହା ବ୍ୟତୀତ ସରକାରୀ ମିଡିଆ ଅଷ୍ଟ୍ରେଲିଆକୁ ଆମେରିକାର କୁକୁର ଭାବେ ଚିତ୍ରଣ କରିଛି ।

Leave a Reply