ଉପ-ରାଷ୍ଟ୍ରପତି ହେବା ପରେ ନିଜ ମାଆଙ୍କୁ ମନେପକାଇ କିଛି ଏମିତି କଥା କହିଲେ କମଳା ହ୍ୟାରିସ…
1 min read
ୱାସିଂଟନ: ଆମେରିକା ଉପ-ରାଷ୍ଟ୍ରପତି ନିର୍ବାଚିତ ହେବା ପରେ କମଲା ହ୍ୟାରିସ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛିନ୍ତି । କମଲା ହ୍ୟାରିସ୍ କହିଛନ୍ତି ଯେ, ମୋର କିମ୍ବା ଜୋ ବିଡେନଙ୍କ ନିର୍ବାଚନଠାରୁ ବଡ଼ କଥା ହେଉଛି, ଆମେରିକୀୟ ଭରଷା, ଯେଉଁମାନେ ଆମକୁ ନିର୍ବାଚିତ କରିଛନ୍ତି । ଏବେ ଦେଶପାଇଁ ଆମକୁ ଆଗକୁ ବହୁତ କାମ କରିବାକୁ ଅଛି । ଏହି ଅବସରରେ କମଲା ହ୍ୟାରିସ୍ ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କୁ ସ୍ମରଣ କରିଛନ୍ତି । କମଳା କହିଛନ୍ତି ଯେ, ଆଜି ମୁଁ ଯାହାଙ୍କ ପାଇଁ ଏଠାରେ ଉପସ୍ଥିତି ଅଛି ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି । ଆଉ ସେହି ମହିଳା ହେଉଛନ୍ତି ତାଙ୍କ ମାଆ ଶ୍ୟାମଳା ଗୋପାଳନ ।
କମଳା ତାଙ୍କ ମାଆଙ୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ୧୯ ବର୍ଷ ବୟସରେ ଭାରତରୁ ଏଠାକୁ ଆସିଥିଲେ, ସେତେବେଳେ ସେ ହୁଏତ ଏହି ମୁହୂର୍ତ୍ତ ବିଷୟରେ କେବେ ବି ଚିନ୍ତା କରିନଥିବେ , କିନ୍ତୁ ସେ ଆମେରିକାର ମୂଲ୍ୟବୋଧ ଉପରେ ଗଭୀର ବିଶ୍ୱାସ କରୁଥିଲେ, ଯେଉଁଠାରେ ଏପରି ସୁଯୋଗ ସମ୍ଭବ ଥିଲା । ଏହାସହ ସେ ତାଙ୍କ ମା ଏବଂ ତାଙ୍କ ପିଢିର ମହିଳାଙ୍କ ବିଷୟରେ କହିଥିଲେ ଯେ, ସେ କୃଷ୍ଣକାୟ ମହିଳା, ଏସିୟାନ, ହ୍ୱାଇଟ, ଲାଟିନ୍ ଏବଂ ସ୍ଥାନୀୟ ଆମେରିକୀୟ ମହିଳାଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଯେଉଁମାନେ ଆମେରିକାର ଇତିହାସରେ କ୍ରମାଗତ ଭାବରେ ଏହି ମୁହୂର୍ତ୍ତ ପାଇଁ ସଂଘର୍ଷ କରିଆସୁଛନ୍ତି ।
ନିର୍ବାଚିତ କମଳା ହ୍ୟାରିସ୍ କହିଛନ୍ତି ଯେ, ହୁଏତ ସେ ନିଜ ସମ୍ପ୍ରଦାୟର ପ୍ରଥମ ମହିଳା ହୋଇପାରନ୍ତି ଯିଏ କି ଉପ ରାଷ୍ଟ୍ରପତି ପଦରେ ବସିଛନ୍ତି । କିନ୍ତୁ ଏହି ପଦବୀର ବସିଥିବା ସେ ଶେଷ ମହିଳା ବୋଲି ହେବେ ନାହିଁ । କାରଣ ଆଜି ଏହାକୁ ଦେଖୁଥିବା ପ୍ରତ୍ୟେକ ଛୋଟ ଝିଅ ଜାଣନ୍ତି ଯେ ଏହି ଦେଶ ଅସୀମ ସମ୍ଭାବ୍ୟ ଦେଶ ଅଟେ ।
କମଲା ହ୍ୟାରିସଙ୍କ ବିଜୟ ପରେ ତାମିଲନାଡୁର ତିରୁବର୍ ଜିଲ୍ଲାର ଥୁଲେସେନ୍ଦ୍ରାପୁରମ୍ ଗାଁରେ ଉତ୍ସବ ପାଳନ କରାଯାଉଛି । କମଳା ହ୍ୟାରିସଙ୍କ ମାଆ ଶ୍ୟାମଲା ଗୋପାଳନ ଏହି ଗାଁର ବାସିନ୍ଦା ଥିଲେ । ଏବେ ସେହି ଗାଁରେ ଏକ ପ୍ରକାର ଉତ୍ସବର ପରିବେଶ ସୃଷ୍ଟି ହୋଇଛି । ରଙ୍ଗ ବେରଙ୍ଗର ରଙ୍ଗୋଲିରେ କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଉଛି । ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ତିନି ଜଣ ଏସୀୟ ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ । ସେ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ସିନେଟର ଯିଏ କି ଏହି ଚାମ୍ବରକୁ ଆସିଛନ୍ତି ।