ଆଫଗାନିସ୍ତାନରୁ ସେନା ଫେରିବା ଆରମ୍ଭ, ୨ ଦଶନ୍ଧି ପରେ ଆମେରିକା ଆର୍ମି ଛାଡ଼ିଲା ବଗରାମ ଏୟାରଫିଲ୍ଡ

1 min read
US Troops Leave Afghanistan Bagram Airfield After Nearly Two Decades

କାବୁଲ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣା ଅନୁସାରେ, ଆଫଗାନିସ୍ତାନରୁ ଆମେରିକା ସେନା ଓ ନାଟୋ ସେନା ଫେରିବା ଆରମ୍ଭ ହୋଇ ଯାଇଛି । ପ୍ରାୟ ୪୦ ବର୍ଷ ବଗରାମ ଏୟାରଫିଲ୍ଡ ଛାଡ଼ୁଛି ଆମେରିକା । ଆମେରିକା ମେ ୧ରେ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲା । ୨୦୨୧ ସେପ୍ଟେମ୍ବର ୧୧ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିବ ଆମେରିକା ।

ଆଫଗାନିସ୍ତାନରେ ଏବେ ୨୫୦୦ରୁ ଅଧିକ ଆମେରିକା ସେନା ଓ ୭ ହଜାର ନାଟୋ ଯବାନ ମୁତୟନ ଅଛନ୍ତି । ସେନା ପ୍ରତ୍ୟାହାର ଆରମ୍ଭ ପରେ ଯୁଦ୍ଧାସ୍ତ୍ରର ଗଣତି ଚାଲିଛି । ଅସ୍ତ୍ରଶସ୍ତ୍ରର ତାଲିକା ପ୍ରସ୍ତୁତ କରି ଆଫଗାନିସ୍ତାନ ସେନାକୁ ଦିଆଯାଉଛି । ଆଉ କିଛି ଅସ୍ତ୍ର ଆଫଗାନିସ୍ତାନ ବଜାରରେ ବିକ୍ରି କରାଯାଇଛି । ଆମେରିକା ନେବାକୁ ଥିବା ଉପକରଣକୁ ସି-୧୭ କାର୍ଗୋ ବିମାନରେ ଲୋଡ୍ କରାଯାଉଛି ।

ଏହା ପୂର୍ବରୁ ଆଫଗାନିସ୍ତାନର ବରିଷ୍ଠ ଅଧିକାରୀ କହିଥିଲେ, ଆମେରିକା ସେନା ଫେରିଯିବା ପରେ ଏଠାରେ ଗୃହଯୁଦ୍ଧର ଆଶଙ୍କା ବଢ଼ିଯିବ । ବରିଷ୍ଠ ସୈନ୍ୟ କମାଣ୍ଡର ଜେନରାଲ ସ୍କଟ୍ ମିଲରଙ୍କ ଏହି ବୟାନ ଆଫଗାନିସ୍ତାନର ୩୭୦ ଜିଲ୍ଲାରୁ ୫୦ ଜିଲ୍ଲାରେ ତାଲିବାନ୍ କବଜାରେ ଥିବା ଜଣା ପଡ଼ିବା ପରେ ଆସିଥିଲା ।

Leave a Reply