spot_img

Latest Posts

ଆମେରିକାର ଅନୁସନ୍ଧାନର ନିଷ୍କର୍ସ: ଚୀନ୍‌ର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍ !

ୱାଶିଂଟନ: କରୋନା ଭାଇରସ୍ କେଉଁଠାରୁ ଉତ୍ପନ୍ନ ହେଲା ? କାହା ପାଇଁ ବିଶ୍ୱରେ ଏମିତି ହା ହା କାର । ଏହାକୁ ନେଇ ଆମେରିକାକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କରୋନାକୁ ନେଇ କରାଯାଇଥିବା ଆମେରିକାର ଅଧ୍ୟୟନ (US Study on Coronavirus) ଶେଷ ହୋଇଛି । ଆମେରିକାର ସରକାରୀ ନ୍ୟାସନାଲ୍ ଲାବ୍ରୋଟୋରୀର ରିପୋର୍ଟରେ ଏହି ନିଷ୍କର୍ସ ବାହାରିଛି ଯେ, ଚୀନ୍‌ର ଉହାନ୍ ଲ୍ୟାବରୁ ହିଁ କରୋନା ଭାଇରସ୍ ଲିକ୍ ହୋଇଛି ଏବଂ ତେଣୁ ଏହାର ଅଧିକ ଅନୁସନ୍ଧାନ କରାଯିବା ଉଚିତ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏହି ଅଧ୍ୟୟନ ସହ ଜଡିତ ଲୋକଙ୍କ ତରଫରୁ ସୋମବାର ଦିନ ଏହି ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଅଧ୍ୟୟନ ମେ ୨୦୨୦ରେ କାଲିଫର୍ନିଆର ଲରେନ୍ସ ଲିବରମୋରେ ନ୍ୟାସନାଲ ଲାବ୍ରୋଟୋରୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ଟ୍ରମ୍ପଙ୍କ ସରକାରର ଅନ୍ତିମ ମାସରେ କରୋନାଭାଇରସର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ ବେଳେ ସ୍ୱରାଷ୍ଟ୍ର ବିଭାଗ ଏହାକୁ ପଠାଇଥିଲା । ଜର୍ଣ୍ଣାଲ କହିଛି ଯେ, ଲରେନ୍ସ ଲିବରମୋରେଙ୍କ ଏହି ଆକଳନ କରୋନା ଭାଇରସର ଜେନୋମିକ୍ ବିଶ୍ଳେଷଣ ଉପରେ ଆଧାରିତ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଉପରେ ଲରେନ୍ସ ଲିବରମୋରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ।

ଗତ ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଜାଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ଗୁଇନ୍ଦା ବିଭାଗ ଦୁଇଟି ସମ୍ଭାବ୍ୟ ପରିସ୍ଥିତି ଉପରେ ବିଚାର କରୁଛନ୍ତି । ଏଥି ମଧ୍ୟରୁ ପ୍ରଥମଟି ହେଉଛି କରୋନା ଭାଇରସର ଉତ୍ପତ୍ତି ଏକ ଲ୍ୟାବ ଦୁର୍ଘଟଣାର ପରିଣାମ । ଦ୍ୱିତୀୟଟି ହେଉଛି, କଣ ଏହା ଏକ ସଂକ୍ରମିତ ପଶୁ ସହ ମନୁଷ୍ୟର ସମ୍ପର୍କ ଯୋଗୁଁ ଏହା ସୃଷ୍ଟି ହୋଇଛି  । ଯଦିଓ ଏହା କୌଣସି ସ୍ପଷ୍ଟ ନିଷ୍କର୍ସରେ ପହଞ୍ଚି ପାରିନାହିଁ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଏକ ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ଯେ, ନଭେମ୍ବର ୨୦୧୯ରେ ଚାଇନାର ୱୁହାନ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜିର ତିନିଜଣ ଅନୁସନ୍ଧାନକାରୀ ଏତେ ଅସୁସ୍ଥ ହୋଇପଡିଥିଲେ ଯେ ସେମାନଙ୍କୁ ଡାକ୍ତରଖାନା ପଠାଇବାକୁ ପଡିଥିଲା ।

Latest Posts

Don't Miss