ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଟେବଲଟପ୍ ଏକ୍ସରସାଇଜ୍‌, ସମ୍ଭାବ୍ୟ ଆଣବିକ ହମଲା ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଟେବଲଟପ୍ ଏକ୍ସରସାଇଜ । ଉତ୍ତରକୋରିଆ ପକ୍ଷରୁ ଆଣବିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଦୁଇ ଦେଶ ପକ୍ଷରୁ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ପେଣ୍ଟାଗନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଣବିକ ନୀତି, ସମ୍ଭାବ୍ୟ ଆଣବିକ ଆକ୍ରମଣ ଆଦି ପ୍ରସଙ୍ଗରେ ହୋଇଥିଲା ଆଲୋଚନା । କୋରିଆ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ସହ ଏହାର ନିରାପତ୍ତା ପ୍ରସଙ୍ଗରେ ଦୁଇ ରାଷ୍ଟ୍ର ପକ୍ଷରୁ ହୋଇଥିଲା ଆଲୋଚନା । ଉତ୍ତର କୋରିଆର ସମ୍ଭାବ୍ୟ ଆଣବିକ ଅସ୍ତ୍ର ଆକ୍ରମଣ ପରିପ୍ରେକ୍ଷୀରେ ଜବାବ ଦେବା ଲାଗି ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା ।

ଦୁଇ ପକ୍ଷର ସାମରିକ ଅଧିକାରୀ ଓ ପ୍ରତିରକ୍ଷା କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ପରେ ଦୁଇ ଦେଶର ପ୍ରତିନିଧି ଜର୍ଜିଆସ୍ଥିତ ଏକ ସବମେରିନ ଘାଟି ପରିଦର୍ଶନ କରିଥିଲେ । ସେପଟେ ବିଶ୍ବକୁ ଚମକାଇ ଉତ୍ତରକୋରିଆ ପରୀକ୍ଷା କରିଛି ୪ଟି ଦୂରଗାମୀ କ୍ଷେପଣାସ୍ତ୍ର । ଗତ କିଛି ମାସ ଧରି ଉତ୍ତରକୋରିଆ ଏକପାଖିଆ ଭାବେ ଆଇସିବିଏମ ପରୀକ୍ଷଣ କରୁଥିବାରୁ ଆମେରିକା ହୋଇଛି କ୍ଷୁବ୍ଧ ।