ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୋଏଡ ଜେ ଅଷ୍ଟିନ୍‌ । ଏହି ତିନି ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବେ ଅଷ୍ଟିନ । ଏଥିସହ ରାଷ୍ଟ୍ରିୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟି ଚୀନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି । ଦକ୍ଷୀଣ ଏସିଆରେ ଚୀନ ସୃଷ୍ଟି କରୁଥିବା ଅଶାନ୍ତ ପରିବେଶକୁ ଚେକ୍‌ ଦେବା ପାଇଁ ଆମେରିକା ଓ ଭାରତ ମିଳିତ ଯୋଜନା କରିବେ ବୋଲି ଆଶା କରାଯାଉଛି । ଆମେରିକାରେ ରାଷ୍ଟ୍ରପତି ଜୋ ବାଇଡେନ ପଦ ସମ୍ଭାଳିବା ଠାରୁ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଭାରତ ଆସିଛନ୍ତି । ଏହି ଗସ୍ତ ମଧ୍ୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା ହେବ । ଏଥିସହ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣିବା ନେଇ ମଧ୍ୟ କିଛି ଚୁକ୍ତି ସ୍ବାକ୍ଷରିତ ହୋଇପାରେ ।

Leave a Reply