spot_img

Latest Posts

ଇରାନ ଉପରେ ହମଲା ପ୍ରସଙ୍ଗରେ ଆମେରିକାର ବଡ଼ ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ଇରାନ ଉପରେ ହମଲା ପ୍ରସଙ୍ଗରେ ଆମେରିକାର ବଡ଼ ଘୋଷଣା। ଡୁବାଇଛି ୧୭ ଜାହାଜ। ଇରାନର ୨ ହଜାର ଟାର୍ଗେଟକୁ କରିଛି ହିଟ୍। ଅପରେସନ ଏପିକ ଫ୍ୟୁରୀ ଆରମ୍ଭ ପରଠାରୁ ଏହି କ୍ଷତି କରାଯାଇଛି ବୋଲି କହିଛି ଆମେରିକା। ଇରାନ ଉପରେ ହମଲା ଲାଗି ଆମେରିକା ୫୦ ହଜାର ସୈନ୍ୟ ଓ ୨୦୦ ଜେଟ ମୁତୟନ କରିଛି ବୋଲି କହିଛି ଆମେରିକା। ଇରାନର ବିଭିନ୍ନ ସ୍ଥଳୀ ଉପରେ ଇସ୍ରାଏଲର ହମଲା ଜାରି ରହିଥିବାବେଳେ ଲେବାନନସ୍ଥିତ ହେଜବୁଲ୍ଲା ଉପରେ ବି କରିଛି ଆକ୍ରମଣ। ବେରୁଟ ଆଖପାଖରେ ହେଜବୁଲ୍ଲାର ବିଭିନ୍ନ ସ୍ଥଳୀ ଉପରେ ଇସ୍ରାଏଲ କରିଛି ହମଲା। ତେଣେ ଇରାକସ୍ଥିତ କୁର୍ଦ୍ଦ ଅଧିକୃତ ଅଞ୍ଚଳରେ ହୋଇଛି ଡ୍ରୋନ ହମଲା। ଲେବାନନ ସୀମାକୁ ସିରିଆ ହଜାର ହଜାର ସେନା ପଠାଇଛି। ସେପଟେ ଭୂମଧ୍ୟସାଗରକୁ ଫ୍ରାନ୍ସ ପଠାଇଛି ବିମାନବାହୀ ଯୁଦ୍ଧ ଜାହାଜ ଚାର୍ଲସ ଡି ଗୁଏଲି। ଆଣବିକ ଶକ୍ତି ସମ୍ପନ୍ନ ଯୁଦ୍ଧଜାହାଜ ମୁତୟନ ହେବା ଯୋଗୁ ଯୁଦ୍ଧର ଗତି ବଦଳିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ଏପରିକି ମିତ୍ର ଶକ୍ତିକୁ ରକ୍ଷା କରିବା ଲାଗି କିଛି ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ଯୁଦ୍ଧରେ ସାମିଲ ହେବେ ନାହିଁ ବୋଲି ପୂର୍ବରୁ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଘୋଷଣା କରିଥିଲେ ବି ବର୍ତ୍ତମାନ ଯୁଦ୍ଧରେ ସାମିଲ ହୋଇଛି ଫ୍ରାନ୍ସ।

Latest Posts

Don't Miss