ରୁଷିଆରେ ଭୟଙ୍କର ଭୂକମ୍ପ ପରେ ଆମେରିକାରେ ଭାରତୀୟ କନସୁଲେଟ୍ ଜାରି କଲେ ଆଡଭାଇଜରୀ
ନନ୍ଦିଘୋଷ ବ୍ୟୁରୋ : ଭୟଙ୍କର ଭୂକମ୍ପ ପରେ ଆମେରିକାରେ ଭାରତୀୟ କନସୁଲେଟ୍ ଜାରି କରିଛନ୍ତି ଆଡଭାଇଜରୀ । ଆମେରିକାର ସେନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ କାଲିଫର୍ନିଆ ଏବଂ ହାୱାଇର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛନ୍ତି। ଭାରତୀୟ କନସୁଲେଟ୍ ଜେନେରାଲ କହିଛନ୍ତି ଯେ, ରୁଷର କାମଚଟକା ଉପଦ୍ୱୀପରେ ହୋଇଥିବା ୮.୬ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ପରେ ଆମେ ସମ୍ଭାବ୍ୟ ସୁନାମିର ବିପଦ ଉପରେ ନଜର ରଖିଛୁ। ତେବେ ଆହୁରି ମଧ୍ୟ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ଭୂମିକମ୍ପ ଏବଂ ସୁନାମିର ବିପଦକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ନାଗରିକଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ
ଭାରତୀୟ ନାଗରିକଙ୍କ ପାଇଁ ଜାରି କରାଯାଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ସ୍ଥାନୀୟ ସତର୍କତା ପାଳନ କରନ୍ତୁ। ଜରୁରୀକାଳୀନ ପରିଚାଳନା ଏବଂ ଆମେରିକାର ସୁନାମh ଚେତାବନୀ କେନ୍ଦ୍ର ସମେତ ଆମେରିକୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଚେତାବନୀକୁ ସତର୍କତାର ସହ ନିରୀକ୍ଷଣ କରନ୍ତୁ। ସୁନାମୀ ଚେତାବନୀ ଜାରି ହେଲେ ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ।
ଜାରି ହେଲା ହେଲ୍ପଲାଇନ୍ ନମ୍ବର
ଆମେରିକାର ଉପକୂଳବର୍ତ୍ତୀ ଅଞ୍ଚଳକୁ ନଯିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏହା ବ୍ୟତୀତ, ଯେକୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଏବଂ ସେମାନଙ୍କର ସମସ୍ତ ଇଲେକ୍ଟ୍ରୋନିକ୍ ଉପକରଣକୁ ଚାର୍ଜ ରଖିବାକୁ କୁହାଯାଇଛି। ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ ଏକ ହେଲ୍ପଲାଇନ୍ ନମ୍ବର, +1-415-483-6629 ମଧ୍ୟ ଜାରି କରିଛନ୍ତି।
