ପରମାଣୁ ଆକ୍ରମଣ ଭୟରେ ଆମେରିକା କିଣିଲା ୨୪୦୦ କୋଟି ଟଙ୍କାର ଆୟୋଡିନ୍‌ ବଟିକା

1 min read

କିଭ୍‌: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ୟୁରୋପକୁ ପରମାଣୁ ଆକ୍ରମଣ ଭୟ । ୟୁକ୍ରେନ ଉପରେ ପରମାଣୁ ହମଲା ନେଇ ପୁଟିନଙ୍କ ବାରମ୍ବାର ଧମକ ପରେ ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ର ।

ୟୁରୋପୀୟ ରାଷ୍ଟ୍ରରେ ପୋଟାସିୟମ ଆୟୋଡାଇଡ କ୍ୟାପସୁଲର ଡିମାଣ୍ଡ ବଢ଼ିଛି । ଏହି ମେଡିସିନ ପରମାଣୁ ହମଲା ବେଳେ ରେଡିଏସନ କମ୍ କରିବ । ଆମେରିକା ସ୍ବାସ୍ଥ୍ୟ ବିଭାଗ ପାଖାପାଖି ୨୪ଶହ କୋଟି ଟଙ୍କା ଖର୍ଚ୍ଚ କରି ପୋଟାସିୟମ ଆୟୋଡାଇଡ କ୍ୟାପସୁଲର କଞ୍ଚାମାଲ କିଣିଛି ।

କାହିଁକି ଆମେରିକାରେ ବଢ଼ିଛି ପୋଟାସିୟମ ଆୟୋଡାଇଡ କ୍ୟାପସୁଲ? ନ୍ୟୁକ୍ଲିଅର ଆକ୍ରମଣ ନେଇ ସୂଚନା ପାଇଛି କି ଆମେରିକା ? ଆମେରିକାର ଏହି ପୂର୍ବପ୍ରସ୍ତୁତି ନ୍ୟୁକ୍ଲିଅର ଆକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇଛି । ପୋଟାସିୟମ ଆୟୋଡାଇଡ ଟାବଲେଟ ପରମାଣୁ ଆକ୍ରମଣରୁ ଶରୀରକୁ ସୁରକ୍ଷା ଦେଇଥାଏ । ଏହା କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଓ ନ୍ୟୁକ୍ଲିଅର ହମଲା ବେଳେ ଶରୀରରେ ରେଡିଏସନ ବୃଦ୍ଧିକୁ ରୋକିବା ଓ ରକ୍ତଜନିତ ସମସ୍ୟାକୁ ରୋକିବ  ।

ପରମାଣୁ ହମଲା ହେଲେ I-131 ନାମକ ଏକ ଘାତକ ରେଡିଏସନ ବାୟୁରେ ମିଶିଥାଏ । କୁହାଯାଉଛି କି, ଏହି ପୋଟାସିୟମ ଆୟୋଡାଇଡ କ୍ୟାପସୁଲ ଆଇ-୧୩୧ ରେଡିଏସନରୁ ଶରୀରକୁ ସୁରକ୍ଷା ଦେଇଥାଏ ।