ପ୍ରଥମ କଥାବାର୍ତ୍ତାରେ ଚୀନ ରାଷ୍ଟ୍ରପତିଙ୍କୁ ବାଇଡେନଙ୍କ କଡ଼ା ସନ୍ଦେଶ

1 min read
US President Joe Biden Speaks With Chinese President XI Jinping

ୱାଶିଂଟନ: ଚୀନକୁ କଡ଼ା ସନ୍ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାର୍ଯ୍ୟଭାର ସମ୍ଭାଳିବା ପରେ ସି ଜିନପିଙ୍ଗଙ୍କ ସହ ବୁଧବାର ପ୍ରଥମ ଥର କଥା ହୋଇଛନ୍ତି । ବାଇଡେନ୍, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନରେ କଥା ହୋଇଥିବା ବେଳେ ପ୍ରଥମ କଥାବାର୍ତ୍ତାରେ ଜିନପିଙ୍ଗଙ୍କୁ ମାନବାଧିକାର, ବ୍ୟାପାର ଓ ଅନ୍ତଃରାଷ୍ଟ୍ରୀୟ ସୁରକ୍ଷାକୁ ନେଇ କଡ଼ା ସନ୍ଦେଶ ଦେଇଛନ୍ତି ।

US President Joe Biden Speaks With Chinese President XI Jinping For First Time As President

ପୂର୍ବରୁ ବାଇଡେନ୍ ୟୁରୋପ ଓ ଏସିଆର ତମାମ୍ ବନ୍ଧୁ ରାଷ୍ଟ୍ରଙ୍କ ସହ ଆଲୋଚନା କରି ସାରିଛନ୍ତି । କେବଳ ଆମେରିକା ରାଷ୍ଟ୍ରପତି ଭାବେ ନୁହେଁ ବରଂ ଦୁନିଆର ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ଚୀନ ସହ ଆଲୋଚନା କରିବେ ବୋଲି ବାଇଡେନ୍ ସ୍ପଷ୍ଟ କରିଛନ୍ତି । ଏଥିସହ ଚୀନର ଭୁଲକୁ ନେଇ ଡ୍ରାଗନକୁ ଉତ୍ତରଦାୟୀ କରିବା ଲାଗି ଆମେରିକା ଅନ୍ୟ ଦେଶମାନଙ୍କୁ ସହଯୋଗ ଲୋଡ଼ିଛି ।

US President Joe Biden Speaks With Chinese President XI Jinping For First Time As President

ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ବୟାନରେ କୁହାଯାଇଛି- ଜିନପିଙ୍ଗଙ୍କ ସହ ଆଲୋଚନା ବେଳେ ଚୀନର ଦାଦାଗିରି ଓ ତ୍ରୁଟିପୂର୍ଣ୍ଣ ଆର୍ଥିକ ନୀତିକୁ ନେଇ ବାଇଡେନ୍ ଚିନ୍ତାବ୍ୟକ୍ତ କରିଛନ୍ତି । ଏହାବାଦ୍ ବାଇଡେନ୍ ମାନବାଧିକାର ପ୍ରସଙ୍ଗ ଉଠାଇଥିଲେ । ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳକୁ ମୁକ୍ତ ରଖିବା ଲାଗି ଚୀନକୁ କୁହାଯାଇଛି । ଦୁଇ ନେତା କୋଭିଡ୍-୧୯, ଜଳବାୟୁ ପରିବର୍ତ୍ତନ ଓ ଅନ୍ୟ ପ୍ରସଙ୍ଗରେ ସହଯୋଗ ନେଇ ଆଲୋଚନା କରିଛନ୍ତି ।

ଏନେଇ ବାଇଡେନ୍ ଟ୍ୱିଟ୍ କରି ଲେଖିଛନ୍ତି- ‘ମୁଁ ଆଜି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହେଲି ଏବଂ ଚୀନ ନବବର୍ଷର ଶୁଭେଚ୍ଛା ଜଣାଇଲି । ଚୀନର ଆର୍ଥିକ ନୀତି, ମାନବାଧିକାର ଉଲ୍ଲଂଘନ ଓ ତାଇୱାନରେ ଡ୍ରାଗନର ଦାଦାଗିରିକୁ ନେଇ ଚିନ୍ତା ପ୍ରକଟ କରିଛି । ଏଥିସହ ଆମେରିକା ଲୋକଙ୍କ ଫାଇଦା ହେଲେ ଚୀନ ସହ ମିଶି କାମ କରିବି ବୋଲି ଜିନପିଙ୍ଗଙ୍କୁ କହିଛି ।’

US President Joe Biden Speaks With Chinese President XI Jinping For First Time As President

ଅନ୍ୟପଟେ ଚୀନ ସରକାରୀ ମିଡିଆ ମୁତାବକ, ସହଯୋଗ ହିଁ ଉଭୟ ପକ୍ଷଙ୍କ ଲାଗି ବିକଳ୍ପ । ଆମେରିକା ଓ ଚୀନ କୋଭିଡ୍ ମହାମାରୀ, ଆର୍ଥିକ ସଂକଟ ଓ କ୍ଷେତ୍ରୀୟ ସ୍ଥିରତା ପ୍ରସଙ୍ଗ ଉପରେ ମିଳିତ କାମ କରିବା ଆବଶ୍ୟକ ବୋଲି ସି ଜିନପିଙ୍ଗ କହିଛନ୍ତି ।

Leave a Reply