spot_img

Latest Posts

ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ୟୁକ୍ରେନ ଏବଂ ଇରାନ ପ୍ରସଙ୍ଗରେ ଆଲୋଚନା ହୋଇଥିବା ଜଣାପଡିଛି। କଥାବାର୍ତ୍ତା ନେଇ ସୋସିଆଲ ମିଡିଆରେ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦୀର୍ଘ ୧ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚା ହୋଇଛି। ଋଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ନେଇ ମଧ୍ୟ ଆଲୋଚନା ହୋଇଛି। ଡ୍ରୋନ ଆକ୍ରମଣର ଜବାବ ଦେବେ ବୋଲି ଆଲୋଚନା ବେଳେ କହିଥିଲେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ଏହାସହ ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ମଧ୍ୟ ଆଲୋଚନା ହୋଇଛି।

ଇରାନ ସହ ପରମାଣୁ ଆଲୋଚନା ନେଇ ଋଷ ସହାୟତା କରିବାକୁ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ରାଷ୍ଟ୍ରପତି ଟ୍ରମ୍ପ ୪ ଥର ପୁଟିନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭଲ ଆଲୋଚନା ହୋଇଥିବା କରିଛନ୍ତି ପୁଟିନ। ପୁଟିନ ଇରାନ ସହିତ ପରମାଣୁ ଆଲୋଚନାରେ ସାହାଯ୍ୟ କରିପାରିବେ ବୋଲି କହିଥିଲେ ଟ୍ରମ୍ପ। ଗତ ସପ୍ତାହରେ ପୁଟିନଙ୍କୁ ଧମକ ଦେଇଥିଲେ ଟ୍ରମ୍ପ। ଯଦି ପୁଟିନ ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ ତାଙ୍କ ପ୍ରୟାସରେ ସାଥ ନଦିଆନ୍ତି ତେବେ ଆମେରିକା ରୁଷ ପ୍ରତି ତାର ଆଭିମୁଖ୍ୟ ବଦଳାଇବ ବୋଲି କହିଥିଲେ।ଏଥିପାଇଁ ପୁଟିନଙ୍କୁ ଦୁଇ ସପ୍ତାହ ସମୟ ଦେଇଥିଲେ। ପୂର୍ବରୁ ଟ୍ରମ୍ପ ୟୁକ୍ରେନରେ ରୁଷର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ କହିଥିଲେ ଯେ, ପୁଟିନ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛନ୍ତି ଏବଂ ନିଆଁ ସହିତ ଖେଳୁଛନ୍ତି।

Latest Posts

Don't Miss