spot_img

Latest Posts

ଆମେରିକାର ନ୍ୟୁୟର୍କରେ ପୁଣି ଗୁଳିକାଣ୍ଡ : ୩ ନିହତ, ୮ ଆହତ

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ନ୍ୟୁର୍ୟକରେ ପୁଣିଥରେ ଗୁଳିକାଣ୍ଡ । ରବିବାର ସକାଳେ ନ୍ୟୁୟର୍କ ସହରର ବ୍ରୁକଲିନ୍ ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଆଠ ଜଣ ଆହତ ହୋଇଛନ୍ତି। ନ୍ୟୁୟର୍କ ସିଟି ପୋଲିସର ସୂଚନା ଅନୁଯାୟୀ, କ୍ରାଉନ୍ ହାଇଟ୍ସ ଅଞ୍ଚଳରେ ଅବସ୍ଥିତ ‘ଟେଷ୍ଟ ଅଫ୍ ଦି ସିଟି ଲାଉଞ୍ଜ’ରେ ଭୋର ପ୍ରାୟ ସାଢ଼େ ୩ଟାରେ ଗୁଳିକାଣ୍ଡ ଘଟିଥିଲା। ନ୍ୟୁୟର୍କ ପୋଲିସ କମିଶନର ଜେସିକା ଟିସ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ମୃତକ ହେଉଛନ୍ତି ତିନିଜଣ ପୁରୁଷ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ବୟସ ୨୭ ଏବଂ ୩୫ ବର୍ଷ, ଯେତେବେଳେ ତୃତୀୟ ଜଣଙ୍କ ବୟସ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ତେବେ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ମୋଟ୍ ୩୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ଗୁଳିକାଣ୍ଡରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ।  ପୋଲିସର କହିବାନୁଯାୟୀ ଆଜି ସକାଳେ ଯାହା ଘଟିଥିଲା ତାହା ଭୟଙ୍କର ଏବଂ ଏହା ପଛରେ କିଏ ଅଛି ତାହା ଜାଣିବା ପାଇଁ ଆମେ ତଦନ୍ତ କରିବୁ।”

ଗତ କିଛିବର୍ଷ ଧରି ଆମେରିକାରେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଚଳିତବର୍ଷ ଆମେରିକାରେ ଏଯାଏଁ ପ୍ରାୟ ୩ଶହ ଗୁଳିକାଣ୍ଡ ଘଟିସାରିଲାଣି । ୨୦୨୪ ନିର୍ବାଚନ ସମୟରେ ଅନେକ ଡେମୋକ୍ରାଟ ବନ୍ଧୁକ ସଂସ୍କୃତିକୁ ନିଷିଦ୍ଧ କରିବା ପ୍ରସଙ୍ଗ ଉଠାଇଥିଲେ ଏବଂ ଏହା ଏକ ନିର୍ବାଚନୀ ପ୍ରସଙ୍ଗ ହୋଇଗଲା। କିନ୍ତୁ ରିପବ୍ଲିକାନ୍ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଏହି ଦାବିକୁ ସ୍ଥଗିତ ରଖାଯାଇଥିଲା।

Latest Posts

Don't Miss