spot_img

Latest Posts

ଆମେରିକୀୟଙ୍କୁ ପାକିସ୍ତାନ ନ ଯିବାକୁ ବାଇଡେନଙ୍କ ପରାମର୍ଶ

ନୂଆଦିଲ୍ଲୀ: ପାକିସ୍ତାନର ଚିନ୍ତା ବଢ଼ାଇଲେ ବିଡେନ୍। ଆମେରିକାରରେ ବିଡେନ୍ ସରକାର ଗଢ଼ାହେବା ପରେ ପାକିସ୍ତାନକୁ ଲାଗିଲା ପ୍ରଥମ ଝଟ୍‌କା। ପାକିସ୍ତାନ ନ ଯିବାକୁ ଆମେରିକୀୟଙ୍କୁ ସରକାର ପରାମର୍ଶ ଦେଇଛନ୍ତି।

ପାକିସ୍ତାନ ସମେତ ୩ ଦେଶକୁ ଯା’ଆସ ନେଇ ଆମେରିକା ଆଡଭାଇଜରୀ ଜାରି କରିଛି। ଆମେରିକାର ନାଗରିକମାନେ ଦକ୍ଷିଣ ଏସିଆର ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଦେଶକୁ ନ ଯିବାକୁ ବାରଣ କରାଯାଇଛି। ଏହି ତିନି ଦେଶକୁ ଯାତାୟାତ ନେଇ ସୋମବାର ଭିନ୍ନ ଭିନ୍ନ ଆଡଭାଇଜରୀ ଜାରି କରିଛି ବୈଦେଶିକ ମନ୍ତ୍ରଣାଳୟ। କୋଭିଡ୍‌-୧୯, ଆତଙ୍କବାଦ ଓ ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ଆମେରିକା ନାଗରିକମାନେ ପାକିସ୍ତାନ ନ ଯିବାକୁ କୁହାଯାଇଛି।

ଆତଙ୍କବାଦ ତଥା ସମ୍ଭାବ୍ୟ ସଂଘର୍ଷର ଆଶଂକାରେ ନାଗରିକମାନଙ୍କୁ ଭାରତ-ପାକିସ୍ତାନ ସୀମା LOCର ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ପରିଦର୍ଶନ କରିବାକୁ ମନା କରାଯାଇଛି। ଆଡଭାଇଜରୀରେ କୁହାଯାଇଛି ଭାରତ-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଯାତ୍ରା କରନ୍ତୁ ନାହିଁ। ଏହି ଅଞ୍ଚଳଗୁଡ଼ିକରେ ଆତଙ୍କବାଦୀମାନେ ତାଙ୍କର କାର୍ଯ୍ୟକଳାପ ଜାରି ରଖିଥାନ୍ତି। ସୀମାର ଉଭୟ ପାର୍ଶ୍ୱରେ ଭାରତ ଏବଂ ପାକିସ୍ତାନର ସୈନ୍ୟବାହିନୀ ଉପସ୍ଥିତ ରହିଛନ୍ତି। ଭାରତ ଏବଂ ପାକିସ୍ତାନର ସାମରିକ ବାହିନୀ ମଧ୍ୟରେ ସୀମାର ଉଭୟ ପାର୍ଶ୍ୱରେ ଅନେକ ସମୟରେ ଗୁଳି ବିନିମୟ ହୋଇଥାଏ।

Latest Posts

Don't Miss