spot_img

Latest Posts

ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ନନ୍ଦିଘୋଷ ବ୍ୟୁରୋ : ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ। ଆମେରିକା ପ୍ରତିନିଧି ସଭାରେ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ପ୍ରସ୍ତାବ ଅନୁସାରେ ଇରାନ ବିରୋଧରେ ଏଣିକି ଟ୍ରମ୍ପ ଯୁଦ୍ଧ କରିବେ ନାହିଁ। ଏହି ପ୍ରସ୍ତାବ ଯୋଗୁ ଗତ ୩ ମାସ ଧରି ଚାଲିଆସିଥିବା ଇରାନ ବିରୋଧୀ ଯୁଦ୍ଧରେ ଯବନିକା ପଡ଼ିପାରେ। ଯୁଦ୍ଧ ବିରୋଧରେ ୨୧୫ ସାଂସଦ ଭୋଟ ଦେଇଥିବାବେଳେ ସପକ୍ଷରେ ଭୋଟ ଦେଇଥିଲେ ୨୦୮। ତେବେ ଭୋଟ ବେଳେ ରିପବ୍ଲିକାନ ଦଳର ୪ ସାଂସଦ ଡେମୋକ୍ରାଟିକ ଦଳ ସପକ୍ଷରେ ଭୋଟ ଦେଇଥିବା ଜଣାଯାଇଛି।

ତେବେ ପ୍ରତିନିଧି ସଭାରେ ଗୃହୀତ ଏହି ପ୍ରସ୍ତାବ ସିନେଟରେ ବି ଗୃହୀତ ହେବାର ଆବଶ୍ଯକତା ରହିଛି। ପ୍ରତିନିଧି ସଭାରେ ରିପବ୍ଲିକାନଙ୍କ ସଦସ୍ୟ ସଂଖ୍ୟା ୨୧୭ ହୋଇଥିବାବେଳେ ଡେମୋକ୍ରାଟଙ୍କ ସଦସ୍ୟ ସଂଖ୍ୟା ରହିଛି ୨୧୨। ସେହିପରି ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ରିପବ୍ଲିକାନଙ୍କ ସଂଖ୍ୟା ରହିଛି ୫୩ ଓ ଡେମୋକ୍ରାଟଙ୍କ ସଂଖ୍ୟା ରହିଛି ୪୫। କିଛି ଦିନ ତଳେ କଂଗ୍ରେସରେ ବିଭିନ୍ନ ନୀତି ପ୍ରସଙ୍ଗରେ ଟ୍ରମ୍ପଙ୍କୁ ଧକ୍କା ଲାଗିଥିଲା।

Latest Posts

Don't Miss