ଆମେରିକାରୁ ଫେରିଲେ ଆଉ ୧୧୨ ଅବୈଧ ପ୍ରବାସୀ

1 min read

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କ ତୃତୀୟ ବ୍ୟାଚ ଦେଶରେ ପହଞ୍ଚିଛି । ୧୧୨ ଜଣଙ୍କୁ ନେଇ ଆସିଥିବା ବିମାନ ଗତ ରାତିରେ ଅମୃତସରରେ ପହଞ୍ଚି ଛି। C-17 ଗ୍ଲୋବ ମାଷ୍ଟର ବିମାନରେ ଏମାନେ ଆସିଛନ୍ତି । ଏମାନଙ୍କୁ ମିଶାଇ ୧୦ ଦିନରେ ୩ଟି ବିମାନରେ ସେଠାରୁ ଭାରତୀୟଙ୍କୁ ଜବରଦସ୍ତ ପଠାଯାଇଛି । ମୋଟ ୩୩୨ ଜଣ ଆସିଲେଣି ।

ଗତ ରାତିରେ ଆସିଥିବା ଭାରତୀୟଙ୍କ ମଧ୍ୟରୁ ୪୪ ଜଣ ହେଉଛନ୍ତି ହରିୟାଣାର, ୩୩ ଜଣ ଗୁଜରାଟର, ୩୧ ଜଣ ପଂଜାବର, ୨ ଜଣ ଉତ୍ତରପ୍ରଦେଶର । ନିଜ ନିଜ ଘରକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୫ ତାରିଖରେ ପ୍ରଥମ ବ୍ୟାଚରେ ଆସିଥିଲେ ୧୦୪ ଜଣ । ଦ୍ଵିତୀୟ ପର୍ଯ୍ୟାୟରେ ଗତ ଶନିବାର ରାତିରେ ଆସିଥିଲେ ୧୧୬ ଜଣ । ତେବେ ଏମାନଙ୍କ ହାତ ଗୋଡ଼ ବାନ୍ଧି ଖାଇବାକୁ ପିଇବାକୁ କିଛି ନଦେଇ ପଠାଯାଇଥିବାରୁ ତାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।