ଋଷକୁ କଡ଼ା ଟକ୍କର ଦେବ ୟୁକ୍ରେନ, ଆମେରିକା ଯୋଗାଇବ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ

1 min read

କିଭ୍: ଅଧିକ ଶକ୍ତିଶାଳୀ ହେବ ୟୁକ୍ରେନ । ଏଣିକି ୟୁକ୍ରେନର କିଛି କ୍ଷତି କରିପାରିବନି ଋଷ କ୍ଷେପଣାସ୍ତ୍ର । ଖୁବଶୀଘ୍ର ୟୁକ୍ରେନକୁ ଆମେରିକା ଯୋଗାଇବ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ । ୟୁକ୍ରେନକୁ ପାଟ୍ରିଅଟ ମିସାଇଲ ବ୍ୟାଟେରୀ ପଠାଇବ ଆମେରିକା । ଫଳରେ ଋଷ ପ୍ରୟୋଗ କରୁଥିବା କୌଣସି ପ୍ରକାର କ୍ଷେପଣାସ୍ତ୍ରକୁ ଧ୍ବଂସ କରିପାରିବ ୟୁକ୍ରେନ । ଋଷର କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନର ବିଦ୍ୟୁତ ଭିତ୍ତିଭୂମି ଧ୍ବଂସ ହେଉଥିବା ଯୋଗୁ ଉଦବେଗ ପ୍ରକାଶ କରିଛି ଆମେରିକା । ଫଳରେ ୟୁକ୍ରେନକୁ ତୁରନ୍ତ ମିସାଇଲ ଡିଫେନ୍ସ ସିଷ୍ଟମ ଯୋଗାଇବା ଲାଗି ଆମେରିକା ନିଷ୍ପତ୍ତି ନେଇଛି ।

ଆମେରିକାର ଏୟାର ଡିଫେନ୍ସ ସିଷ୍ଟମରେ ରହିଛି- ରାଡାର, କଣ୍ଟ୍ରୋଲ ଷ୍ଟେସନ, ପାଓ୍ବାର ଜେନେରେଟିଂ ଯନ୍ତ୍ରପାତି, ୮ଟି ଲଞ୍ଚର ଆଦି ରହିଛି । ୧୯୮୨ରେ ପ୍ରଥମଥର ଲାଗି ଆମେରିକା ଆର୍ମିରେ ପ୍ରଥମ ପାଟ୍ରିଅଟ ବାଟାଲିୟନ ସାମିଲ ହୋଇଥିଲା । ୧୯୯୧ରେ ଅପରେସନ ଡେଜର୍ଟ ଷ୍ଟର୍ମରେ ଏହା ବ୍ୟବହୃତ ହୋଇଥିଲା ।