ବର୍ବର ତାଲିବାନ, ହତ୍ୟା ପରେ ମୃତଦେହକୁ ହେଲିକପ୍ଟରରେ ଝୁଲାଇ ବୁଲାଇଲା

1 min read
US Exit From Afghanistan Taliban Fly American Black Hawk Helicopter With Hanging Body

କାବୁଲ: ନିର୍ଦ୍ଧାରିତ ତାରିଖର ଦିନକ ପୂର୍ବରୁ ଆମେରିକା କାବୁଲ ଛାଡ଼ିଛି । ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ବାଣ ଫୁଟାଇ, ଗୁଳି ମାରି ଖୁସି ମନାଇଛନ୍ତି ତାଲିବାନୀ । ଏହାରି ଭିତରେ ଏକ ନୂଆ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ଭିଡିଓରେ କନ୍ଧାର ଆକାଶରେ ଆମେରିକା ସେନାର ବ୍ଲାକ ହକ୍ ହେଲିକପ୍ଟର ଉଡ଼ୁଛି । ଆଉ ହେଲିକପ୍ଟରରେ ରସିରେ ଏକ ମୃତଦେହକୁ ବାନ୍ଧି ଝୁଲାଇ ଦିଆଯାଇଛି ।

ସୋସିଆଲ୍ ମିଡିଆରେ ଭିଡିଓଟି ପୋଷ୍ଟ କରି ଅନେକ ସାମ୍ବାଦିକ ଦାବି କରିଛନ୍ତି, ତାଲିବାନ ବ୍ୟକ୍ତି ଜଣଙ୍କୁ ନିର୍ଦ୍ଦୟତାର ସହ ହତ୍ୟା କରିଛନ୍ତି । ହତ୍ୟା ପରେ ଆମେରିକା ସେନା ହେଲିକପ୍ଟରରେ ବାନ୍ଧି କନ୍ଧାର ପ୍ରଦେଶର ଆକାଶରେ ଘୁରି ବୁଲିଛନ୍ତି ।

 

ଭିଡିଓରେ ଜଣେ ବ୍ୟକ୍ତିଙ୍କୁ ହେଲିକପ୍ଟରରେ ବନ୍ଧା ଯାଇଥିବା ଦେଖାଯାଉଛି । କନ୍ଧାର ପ୍ରଦେଶରେ ତାଲିବାନ ବର୍ବରତାର ଭିଡିଓ ସୁଟ୍ ହୋଇଛି । ତଳୁ ସୁଟ୍ ହୋଇଥିବା ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ମୃତ ନା ଜୀବିତ ଜଣାପଡ଼ୁନାହିଁ । କିନ୍ତୁ ଦାବି କରାଯାଉଛି ତାଲିବାନ ବ୍ୟକ୍ତି ଜଣଙ୍କୁ ହତ୍ୟା ପରେ ଏଭଳି ଅମାନବୀୟ ଭାବେ ହେଲିକପ୍ଟରରେ ବାନ୍ଧି ଘୁରି ବୁଲାଇଛି ।

Leave a Reply