ହ୍ୱାଇଟ୍‌ ହାଉସ୍‌ ରେସ୍‌: ଜର୍ଜିଆରେ ମଧ୍ୟ ବାଜି ପଲଟିଲା, ଟ୍ରମ୍ପଙ୍କୁ ପଛରେ ପକାଇଲେ ବାଇଡେନ୍‌

1 min read
Joe Biden

ଓ୍ୱାସିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଏବେ ଆଇନ୍‌ଗତ ଲଢ଼େଇ ଆଡ଼କୁ ଗତି କରିସାରିଛି । ଆଇନ୍‌ଗତ ଲଢ଼େଇରେ ଏବେ ଆମେରିକା ନିର୍ବାଚନ ଫଶି ରହିଛି । ଅନେକ ରାଜ୍ୟରେ ପଛୁଆ ରହିବା ପରେ ଡୋନାଲ୍ଡ ଟ୍ରମ୍ପ କୋର୍ଟର ଆଶ୍ରୟ ନେଇଛନ୍ତି । ଅନ୍ୟପଟେ ଜୋ ବାଇଡେନ୍‌ ସମର୍ଥକଙ୍କୁ ଧର୍ଯ୍ୟ ରଖିବା ପାଇଁ ଅପିଲ୍‌ କରିଛନ୍ତି । ଏବେ ସୁଦ୍ଧା ଅଧ ଡର୍ଜନରୁ ଅଧିକ ରାଜ୍ୟରେ କାଉଣ୍ଟିଂ ଜାରି ରହିଛି । ଯେଉଁଠି ବାରମ୍ବାର ସ୍ଥିତି ବଦଳିବାର ଦେଖାଯାଉଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜୋ ବାଇଡେନ୍‌ ଜର୍ଜିଆ ଓ ପେନ୍‌ସିଲଭାନିଆରେ ମଧ୍ୟ ଟ୍ରମ୍ପଙ୍କଠାରୁ ଅଧିକ ଭୋଟ ପାଇ ଆଗରେ ରହିଛନ୍ତି ।

Joe Biden

ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ, ବିପକ୍ଷ ପାର୍ଥୀ ଜୋ-ବାଇଡେନ୍‌ଙ୍କ ବିରୋଧରେ ଆଣିଥିଲେ ନିର୍ବାଚନ ଚୋରିର ଅଭିଯୋଗ । ମତଦାନ ଚୋରି ଅଭିଯୋଗ କରି ଟ୍ରମ୍ପ ମିସିଗନ୍‌ ଓ ଜର୍ଜିଆରେ ହେଉଥିବା ପୋଷ୍ଟାଲ ବାଲାଟ୍‌ ଗଣତି ରୋକିବାକୁ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ।

ନିର୍ବାଚନ ଲଢ଼େଇରେ ବାଇଡେନ୍‌ ମ୍ୟାଜିକ୍‌ ନମ୍ବର ୨୭୦ ଇଲେକ୍ଟର୍ସର ଅତି ନିକଟରେ ଅଛନ୍ତି । ଯଦି ଏହି ନିର୍ବାଚନରେ ସେ ବିଜୟ ହାସଲ କରନ୍ତି ତେବେ ବିଶ୍ୱର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ରର ରାଷ୍ଟ୍ରପତି ହେବେ । ଏହି ନିର୍ବାଚନ ଫଳାଫଳ ଉପରେ ସାରା ବିଶ୍ୱର ନଜର ରହିଛି । କାରଣ ବିଡେନ ରାଷ୍ଟ୍ରପତି ହେଲେ ଟ୍ରମ୍ପଙ୍କ ଅନେକ ନିଷ୍ପତିକୁ ବଦଳାଇବା ନେଇ ସେ ଘୋଷଣା କରି ସାରିଛନ୍ତି । ସେଗୁଡିକ ମଧ୍ୟରେ ରହିଛି ଆମେରିକା-ପ୍ୟାରିସ୍‌ ଚୁକ୍ତି, ମୁସଲମାନଙ୍କ ପାଇଁ ଦେଶରେ ପ୍ରତିବନ୍ଧକ, ରିଫ୍ୟୁଜି ନୀତି, ଇମିଗ୍ରେସନ୍‌ ନିୟମ, ଫ୍ରି କରୋନା ଟେଷ୍ଟିଂ ପରି ଅନେକ ନିଷ୍ପତ୍ତି ସେ ବଦଳାଇବାକୁ ଚେଷ୍ଟା କରିଛନ୍ତି ।

Leave a Reply