ଆମେରିକାରେ ବ୍ୟାନ୍ ହୋଇପାରେ ଟିକ୍ଟକ୍: ଆପ୍କୁ କିଣିପାରନ୍ତି ଆମେରିକୀୟ ନିବେଷକ
ଓ୍ୱାସିଂଟନ୍: ସର୍ଟ ଭିଡିଓ ସେୟାରିଂ ଆପ୍ ଟିକ୍ ଟକ୍ ଭାରତରେ ବେନ୍ ହୋଇସାରିଛି । ଆମେରିକାରେ ମଧ୍ୟ ଏହି ଆପକୁ ନେଇ କଠୋର ମନୋଭାବ ପୋଷଣ କରିଛି । ଏବଂ ଖୁବ୍ଶୀଘ୍ର ଏହା ବେନ୍ କରାଯାଇପାରେ । ତେବେ ଏହି ଆପର ବ୍ୟବହାରକାରୀ ଭାରତ ଏବଂ ଆମେରିକାରେ ଅଧିକ ଅଛନ୍ତି । ଏଭଳି ସମୟରେ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସ ଏହାର ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆମେରିକୀୟ ନିବେଷକ ଟିକଟକ୍ କିଣିବା ପାଇଁ ବିକଳ୍ପ ଖୋଜୁଛନ୍ତି । ଯେଉଁମାନଙ୍କ ଟିକଟକ ପେରେଣ୍ଟ କମ୍ପାନୀ ବାଇଟ୍ ଡ୍ୟାନ୍ସରେ ଭଲ ଅଂଶଧନ ରହିଛି ।
ବାଇଟ୍ ଡ୍ୟାନ୍ସ ସିଇଓ କିଛି ସମୟ ପୂର୍ବରୁ କହିଥିଲେ ଯେ, ଏହି ଆପର ସର୍ବୋତ୍ତମ ଭବିଷ୍ୟତ ପାଇଁ ଆମେ ଏହାକୁ ବିକ୍ରୟ କରିବାକୁ ପ୍ରସ୍ତୁତ ଅଛୁ । ସୂଚନା ମୁତାବକ, ଏହି ବିଷୟରେ ଜାଣିଥିବା କିଛି ଲୋକଙ୍କୁ ଉଲ୍ଲେଖ କରି କହିଛନ୍ତି, ‘ବାଇଟ୍ ଡ୍ୟାନ୍ସ ଆମେରିକୀୟ ନିବେଶକମାନେ ଟିକ୍ଟକ୍ର ଅଧିକାଂଶ ଅଂଶଧନ କିଣିବା ପାଇଁ କମ୍ପାନୀର ଶୀର୍ଷ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରୁଛନ୍ତି ।
ଯଦି ଏହା ଘଟେ, ଅର୍ଥାତ୍ ଜଣେ ଆମେରିକୀୟ ନିବେଶକ ଟିକଟକ୍ କିଣନ୍ତି, ତେବେ ଏହି କ୍ଷେତ୍ରରେ ଏହି ଆପ୍ ଭାରତକୁ ଫେରିବା ପାଇଁ ରାସ୍ତା ସହଜ ହୋଇପାରେ | ଯଦି ଆମେରିକୀୟ ନିବେଶକମାନେ ଅଧିକରୁ ଅଧିକ ଅଂଶଧନ କିଣନ୍ତି, ତେବେ ଆମେରିକାରେ, ଏହି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ ।
ନୋରା ଫତେହିଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ, କହିଲେ ଆମେ ବାହା ହେବାକୁ ଯାଉଛୁ ! ଦେଖନ୍ତୁ ଭିଡିଓ…
ଯୁକ୍ତରାଷ୍ଟ୍ରରେ ଏହି ଆପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବର୍ତ୍ତମାନ ଭୋଟ୍ ଚାଲିଛି ଏବଂ ଅଧିକାଂଶ ପ୍ରତିନିଧି ଏହାକୁ ଜାତୀୟ ପ୍ରତିରକ୍ଷା ପ୍ରାଧିକରଣ ଅଧିନିୟମ ଅନୁଯାୟୀ ନିଷେଧ କରିବା ସପକ୍ଷରେ ମତ ଦେଇଛନ୍ତି ।