spot_img

Latest Posts

ଆମେରିକାରେ ରହୁଥିବା ୯ ଲକ୍ଷ ପ୍ରବାସୀଙ୍କୁ ଟ୍ରମ୍ପଙ୍କ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ : ଆମେରିକାରେ ରହୁଥିବା ପ୍ରାୟ ୯ ଲକ୍ଷ ପ୍ରବାସୀଙ୍କୁ ବଡ଼ ଝଟକା। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମୟରେ ପ୍ରଚଳିତ CBP ୱାନ୍ ଆପ୍ ନୀତିକୁ ହଟାଇଦେଇଛନ୍ତି ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ। ଫଳରେ ଏବେ ପ୍ରାୟ ୯ ଲକ୍ଷ ପ୍ରବାସୀ ଆମେରିକା ଛାଡିବାକୁ ବାଧ୍ୟ ହେବେ। ଟ୍ରମ୍ପ ପ୍ରଶାସନ ବାଇଡେନଙ୍କ ନୀତିକୁ ଓଲଟାଇ ଦେଇଛି ଏବଂ ଏହି ପ୍ରବାସୀମାନଙ୍କର ଆମେରିକାରେ ରହିବା ପାଇଁ ଆଇନଗତ ଅନୁମତିକୁ ସମାପ୍ତ କରିଛି । ଆମେରିକାର ଗୃହ ସୁରକ୍ଷା ବିଭାଗ DHS ସୋମବାର ଜାରି ଏକ ବିବୃତ୍ତିରେ କହିଛି ଯେ CBP ଓ୍ବାନ ଆପ୍ ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରବାସୀମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ପଡିବ। ଜାନୁଆରୀ 2023 ପରଠାରୁ, ବାଇଡେନ ପ୍ରଶାସନର ଏହି ଆପ୍ ନୀତି ଅଧୀନରେ ୯ ଲକ୍ଷରୁ ଅଧିକ ପ୍ରବାସୀ ଆମେରିକା ଆସିଥିଲେ । ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଦୁଇ ବର୍ଷ ପାଇଁ ଅସ୍ଥାୟୀ ଭାବରେ ଆମେରିକାରେ ରହିବା ଏବଂ କାମ କରିବାର ଅନୁମତି ମିଳିଥିଲା। ଏବେ ଏହି ଅନୁମତିଗୁଡ଼ିକୁ ପ୍ରତ୍ୟାହାର କରାଯାଇଛି। ଡିଏଚଏସ କହିଛି ଯେ ସୀମା ସୁରକ୍ଷିତ କରିବା ଏବଂ ଜାତୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଇମେଲ୍ ମାଧ୍ୟମରେ ୯ ଲକ୍ଷ ପ୍ରବାସୀଙ୍କୁ ଆମେରିକା ଛାଡିବାକୁ କୁହାଯାଇଛି। ନୋଟିସ ପାଇଥିବା ଅଧିକାଂଶ ଲୋକ ହଣ୍ଡୁରାସ୍, ଏଲ୍ ସାଲଭାଡୋର ଏବଂ ମେକ୍ସିକୋର। ନୋଟିସ୍ ପାଇବା ପରେ ଏହି ଲୋକମାନଙ୍କ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଲୋକମାନେ ନିଜ ଭବିଷ୍ୟତକୁ ନେଇ  ଚିନ୍ତାପ୍ରକଟ କରିଛନ୍ତି । ଚଳିତ ବର୍ଷ ଜାନୁଆରୀରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ଯେଉଁ ନୀତିଗୁଡ଼ିକ ଉପରେ ସର୍ବାଧିକ ଧ୍ୟାନ ଦିଆଯାଇଛି।

Latest Posts

Don't Miss