କୋଭିଡ ପଜିଟିଭ୍ ହେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

1 min read

 

ବଲିଉଡ ଅଭିନେତ୍ରୀ ଉର୍ମିଳା ମତୋଣ୍ଡକର ହେଲେ କୋଭିଡ ପଜିଟିଭ  । ଆଜି ସକାଳେ ସେ ନିଜ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି  । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି କହିଥିବା ବେଳେ ହୋମ୍ କ୍ବାରେନଟାଇନରେ ଥିବା କଥା କହିଛନ୍ତି  । ଏଥିସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କରୋନା ପରୀକ୍ଷା କରିଦେବା ପାଇଁ ଅନୁରୋଧ କରିଛନ୍ତି  ଏବଂ ଆସନ୍ତା ଦୀପାବଳିରେ ନିଜ ସୁରକ୍ଷାକୁ ଦୃଷ୍ଟି ଦେବା ସହ ନିରାପଦରେ ଉତ୍ସବ ମନାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି  । ଉର୍ମିଳା ଯାଥାଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ତାଙ୍କ ପ୍ରଶସଂକମାନେ ଆଶା ପ୍ରକାଶ କରିଛନ୍ତି  ।

ଜଣେ ବଲିଉଡ ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା ଉର୍ମିଳା  । ସେ ମୋସିନ ଅଖତରଙ୍କୁ ବିବାହ କରିଥିବା ବେଳେ ରଙ୍ଗିଲା, ଯୁଦାଇ, ଦୈାଡ଼, କୁନୱାରା, ଖୁବସୁରତ, ଦିଲଲଗି ଭଳି ଅନେକ ହିଟ୍ ଚଳଚ୍ଚିତ୍ର କରିଛନ୍ତି  । ଯୁଦାଇରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ଅନେକ ଶ୍ରେୟ ମିଳିବା ସଙ୍ଗେ ସଙ୍ଗେ ସେ ଚମତ୍କାର ଅଭିନୟ କରନ୍ତି  । କେବଳ ବଲିଉଡ ନୁହେଁ ମରାଠୀ ଚଳଚ୍ଚିତ୍ରରେ ମଧ୍ଯ ସେ କାମ କରିଛନ୍ତି  । ଶେଷଥର ପାଇଁ ତାଙ୍କୁ ମରାଠୀ ଚଳଚ୍ଚିତ୍ର ୨୦୧୪ ଅଜୁବା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା  । ଏହାପରେ ବ୍ଲାକମେଲ ଚଳଚ୍ଚିତ୍ରର ବେବଫା ବିଉଟି ନାମକ ଏକ ଗୀତରେ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିଥିଲା  ।

ଚଳଚ୍ଚିତ୍ର ବ୍ୟତୀତ ଉର୍ମିଳା ମଧ୍ୟ ଅନେକ ଝଲକ ଦିଖ୍ ଲାଜା ସିଜିନ୍-୨, ୱାର୍ ପରିବାର୍, ଚକ୍ ଧୁମ୍ ଧୁମ୍ ଆଦି ରିଆଲିଟି ସୋର ଜଜ୍ ରହିସାରିଛନ୍ତି  ।

 

Leave a Reply