spot_img

Latest Posts

ଉର୍ମିଲା ମାତୋଣ୍ଡକରଙ୍କୁ ହେଲା କରୋନା, ହୋମ କ୍ୱାରେଣ୍ଟାଇନ୍‌ରେ ରହି ହେଉଛନ୍ତି ଚିକିତ୍ସା

ନୂଆଦିଲ୍ଲୀ: କରୋନା କବଳରେ ପୁରା ବଲିଓଡ। ପୂର୍ବରୁ ଅନେକ ଅଭିନେତା ଅଭିନେତ୍ରୀ କରୋନାରେ ସଂକ୍ରମିତ ହୋଇଥିବା ବେଳେ ଏବେ ବଲିଓଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କରୋନା ଦ୍ୱାରା ସଂକ୍ରମିତ ହେଇଛନ୍ତି। କରୋନାରେ ସଂକ୍ରମିତ ହୋଇଥିବା ଅଫିସିଆଲ ଟ୍ୱିଟର ଆକାଣ୍ଟରେ ଟ୍ୱିଟ କରି ଜଣାଇଛନ୍ତି। ଉର୍ମିଲା ଏବେ ତାଙ୍କର ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହି ଚିକିତ୍ସିତ ହେଉଥିବା କହିଛନ୍ତି।

ତେବେ ଯେଉଁମାନେ ତାଙ୍କ ସହ ଦେଖା କରିଛନ୍ତି ସେମାନେ ସେମାନଙ୍କର କରୋନା ପରୀକ୍ଷା କରାଇ ଦିଅନ୍ତୁ ବୋଲି କହିଛନ୍ତି ଉର୍ମିଳା। ଉର୍ମିଲା ଟ୍ୱିଟ କରି ପରାମର୍ଶ ଦେଇଛନ୍ତି ଯେ ଚଳିତ ବର୍ଷର କରୋନା କାରଣରୁ ଏଥର ଦୀପାବଳିକୁ ସୁରକ୍ଷିତ ଭାବେ ପାଳନ କରିବାକୁ। ସେପଟେ ସୋସିଆଲ ମିଡିଆରେ ଉର୍ମିଲା ସଂକ୍ରମିତ ଥିବା କହିବା ପରେ ଉର୍ମିଲାଙ୍କ ପ୍ରଶଂସକ ତାଙ୍କର ସୁସ୍ଥ କାମନା କରିଛନ୍ତି।

ଯଦି ଦେଖିବା ତେବେ ଶନିବାର ଦିନ ମୁମ୍ବାଇରେ ୩୦୧ କରୋନା ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ସହରରେ ୭ ଲକ୍ଷ  ୫୫ ହଜାର ୬୩୨ ଦ୍ୱାରା କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୬ ହଜାର ୨୪୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସକ୍ରିୟ ରହିଛନ୍ତି ୩ ହଜାର ୯୬୬ ଜଣ।

Latest Posts

Don't Miss