ଉର୍ଫି କାହିଁକି ପିନ୍ଧନ୍ତି ଛୋଟ ପୋଷାକ, ପୂରା ପୋଷାକରେ ହୁଏ ତାଙ୍କର ଆଲର୍ଜି

ମୁମ୍ବାଇ : ଅତରଙ୍ଗି ଡ୍ରେସିଂ ଷ୍ଟାଇଲ ପାଇଁ ସୋସିଆଲ ମିଡିଆରେ ସବୁଠାରୁ ଚର୍ଚ୍ଚାରେ ଥିବା ନାଁ ହେଉଛି ଉର୍ଫି ଜାଭେଦ। ବଲିଉଡରେ ଏଣ୍ଟ୍ରି ମାରିଥିଲେ ଆକ୍ଟିଂ ପାଇଁ ହେଲେ ନିଜର ଅଜଗ ଗଜବ ଡ୍ରେସ ସହ ବୋଲ୍ଡ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୁଅନ୍ତି ଉର୍ଫି। ନିଜର ବୋଲ୍ଡ ଲୁକ ଏବଂ ଫ୍ୟାସନ ଷ୍ଟାଇଲକୁ ନେଇ ତାଙ୍କର ଟ୍ରୋଲ ହେବା ସତେ ଯେମିତି ଗୋଟିଏ ପରମ୍ପରା ହୋଇସାରିଲାଣି । ଲାଇମ ଲାଇଟରେ ରହିବା ପାଇଁ ଉର୍ଫି ସବୁବେଳେ ଏମିତି ଅତରଙ୍ଗି ଡ୍ରେସିଂ ଷ୍ଟାଇଲକୁ ଆପଣେଇ ଥିବା ସମସ୍ତେ ଜାଣିଛନ୍ତି। ପ୍ରଥମଥର ପାଇଁ ଉର୍ଫି ନିଜର ଏହି ଅଜବଗଜବ ପିନ୍ଧିବା ପଛର ଅସଲ କାରଣ କହିଛନ୍ତି। ଉର୍ଫି ପୁଣି ନିଜର ମଜବୁରୀ ଯୋଗୁଁ ଏମିତି ଡ୍ରେସିଂ ଷ୍ଟାଇଲକୁ ଆପଣେଇଥିବା ନିଜର ଫ୍ୟାନ୍ସଙ୍କୁ ଜଣାଇଛନ୍ତି।
ଏନେଇ ଉର୍ଫି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ଦେହରେ ହୋଇଥିବା କିଛି ରାସେସକୁ ସ୍ଫଷ୍ଟ ଦେଖାଇଛନ୍ତି। ଉର୍ଫିଙ୍କ କହିବା ଅନୁଯାୟୀ ତାଙ୍କ ବଡିରେ ଏସବୁ ହେଉଛି ଆଲର୍ଜି । ଯାହାର ମୁଖ୍ୟ କାରଣ ହେଉଛି ପୁଣି ପୋଷାକ। ଏଠାରେ ଉର୍ଫିଙ୍କ ଏହି ଆଲର୍ଜି କୌଣସି ଅତରଙ୍ଗି ପୋଷାକ ପାଇଁ ନୁହେଁ ବରଂ ପୁରା ପୋଷାକ ପିନ୍ଧିଲେ ହେଉଛି। ସେ ଯେବେ ବି ପୂରା ପୋଷାକ ପିନ୍ଧନ୍ତି ତାଙ୍କ ବଡିରେ ଏମିତି ରାଶେସ ମାନ ସବୁ ହୋଇଥାଏ। ଫ୍ୟାନ୍ସଙ୍କୁ ଉର୍ଫି ଜଣାଇଲେ ମୋ କଣ୍ଡିସନ ଖୁବ ସିରିୟସ। ପୂରା କପଡା ଏବଂ କିଛି ଶୀତ ଦିନର ପୋଷାକ ପିନ୍ଧିଲେ ହିଁ ତାଙ୍କ ବଡିରେ ଏମିତି ଆଲର୍ଜି ସବୁ ହୁଏ। ସେଥିଲାଗି ସେ ଏମିତି ଛୋଟ କପଡା ପିନ୍ଧୁଛନ୍ତି।
୨୦୧୬ ରେ ଉର୍ଫି ଏଣ୍ଟରଟେନମେଂଟ ଦୁନିଆରେ ପାଦ ଥାପିଥିଲେ। ବାସ ସେହି ଦିନଠାରୁ ଲଗାତାର ସେ ଚର୍ଚ୍ଚାରେ ରହି ଆସିଛନ୍ତି। ପରେ ଓଟିଟି ପ୍ଟାଟଫର୍ମରେ ବିଗ ବସର ପ୍ରଥମ ସିଜନରେ ସେ ଏଣ୍ଟ୍ରି ମାରିଥିଲେ ସେଠାରେ କିନ୍ତୁ ସେ ଅଧିକ ଦିନ ଯାଏଁ ତିଷ୍ଠି ପାରିନଥିଲେ। ଏବେ ଇନଷ୍ଟାଗ୍ରାମ ତଥା ଅନ୍ୟ ସୋସିଆଲ ମିଡିଆରେ ନିଜର ବୋଲ୍ଡ ଅନ୍ଦାଜ ଏବଂ ଅତରଙ୍ଗି ଡ୍ରେସିଂ ସେନ୍ସ ପାଇଁ ଚର୍ଚ୍ଚାରେ ରହିଛନ୍ତି ଉର୍ଫି।