ସଂକ୍ରମିତ ଶାଶୁର ଉନ୍ମତ୍ତ କାଣ୍ଡ, କହିଲା ‘ମୁଁ ମଲା ପରେ ତୁ ଖୁସି ହେବାକୁ ଚାହୁଁଛୁ ?’

ହାଇଦ୍ରାବାଦ: ମୁଁ ଯଦି ସଂକ୍ରମିତ ତାହାଲେ ତୁ ବି ସଂକ୍ରମିତ ହେବୁ । ଏହା ଆମେ କହୁନୁ ଏ ଜଣେ ସଂକ୍ରମିତ ମହିଳା ତାଙ୍କ ବୋହୂକୁ କହିଛନ୍ତି । ଘଟଣାଟି ହେଉଛି ତେଲେଙ୍ଗାନାର ଏକ ଗାଁର । ଯେଉଁଠି ମହିଳା ଜଣଙ୍କ ସଂକ୍ରମିତ ହେବା ପରେ ତାଙ୍କୁ କେହି ନ ଛୁଇଁବା ସହିତ ତାଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଥିଲା । ଆଉ ଏହି କଥାରେ ମହିଳା ଜଣଙ୍କ ଏତେ ରାଗି ଯାଇଥିଲେ ଯେ, ନିଜେ ସଂକ୍ରମିତ ଥିବା ବେଳେ ତାଙ୍କ ବୋହୂକୁ କୁଣ୍ଢାଇ ପକାଇ ତାଙ୍କୁ ମଧ୍ୟ ସଂକ୍ରମିତ କରି ଦେଇଥିଲେ ।

ସୂଚନା ଅନୁସାରେ,ମହିଳାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ପରିବାର ଲୋକେ ଏକ ଘରେ ଆଇସୋଲେସନରେ ରଖିଥିଲେ । ଏବଂ ଅନ୍ୟ କେହି ସଂକ୍ରମିତ ନ ହୁଅନ୍ତୁ ତେଣୁ ପରିବାର ଲୋକେ ତାଙ୍କ ସହ ମିଳାମିଶା ମଧ୍ୟ ବନ୍ଦ କରିଦେଇଥିଲେ । ଏହି କଥାରେ ମହିଳା ଜଣଙ୍କ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କ ନିଜ ବୋହୂକୁ କୁଣ୍ଢାଇ ଧରି ତାଙ୍କୁ ମଧ୍ୟ ସଂକ୍ରମିତ କରିଦେଇଥିଲେ ।

ବୋହୂ ଜଣଙ୍କ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ ଯେ, ମୋ ଶାଶୁ ମୋତେ କୁଣ୍ଢାଇ କହିଥିଲେ ଯେ ‘ତୁ ମଧ୍ୟ କରୋନା ସଂକ୍ରମିତ ହେବା ଉଚିତ୍ବୋ ।’ କରୋନାରେ ସଂକ୍ରମିତ ହୋଇଥିବା ତାଙ୍କ ଶାଶୁଙ୍କୁ ପରିବାରଠାରୁ ଅଲଗା ରଖାଯାଇଥିଲା ଏବଂ ତାଙ୍କୁ ଏକ ଭିନ୍ନ ସ୍ଥାନରେ ଖାଦ୍ୟ ଦିଆଯାଉଥିଲା । ଏବଂ ତାଙ୍କ ନାତି ନାତୁଣୀଙ୍କୁ ମଧ୍ୟ ତାଙ୍କ ନିକଟକୁ ଯିବାର ଅନୁମତି ଦିଆଯାଇନଥିଲା।

ତେଣୁ ସେ ଅତ୍ୟଧିକ ଦୁଃଖି ହୋଇ ତାଙ୍କ ବୋହୂକୁ ମଧ୍ୟ ସଂକ୍ରମିତ କରିବାକୁ ଚାହିଁଥିଲେ। କେବଳ ସେତିକି ନୁହେଁ ଶାଶୁ ପରିବାରକୁ କହିଥିଲେ ଯେ ମୋର ମୃତ୍ୟୁ ପରେ ତୁମେ ସମସ୍ତେ ଖୁସି ହେବାକୁ ଚାହୁଁଛ ? ଏହା କହି ସେ ନିଜ ବୋହୂକୁ ଜବରଦସ୍ତ କୁଣ୍ଢାଇ ପକାଇଥିଲେ । ଯେଉଁଥିପାଇଁ ବୋହୂ ମଧ୍ୟ ସଂକ୍ରମିତ ହୋଇଥିଲେ। ତାଙ୍କର ଚିକିତ୍ସା ଏବେ ତାଙ୍କ ଭଉଣୀ ଚାଲୁଥିବା ଜଣାପଡ଼ିଛି ।

Leave a Reply