spot_img

Latest Posts

ସହିପାରିଲେନି ପୋଷା ବିଲେଇର ମୃତ୍ୟୁ, ଆତ୍ମହତ୍ୟା କଲେ ମାଲିକାଣୀ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶର ଆମରୋହାର ଜଣେ ୩୨ ବର୍ଷୀୟ ମହିଳା ତାଙ୍କ ପାଳିତ ବିଲେଇର ମୃତ୍ୟୁ ପରେ ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବିଲେଇକୁ କବର ଦେବାକୁ ମନା କରି, ସେ ଦୁଇ ଦିନ ପର୍ଯ୍ୟନ୍ତ ତା’ର ମୃତ ଶରୀରକୁ ଘରେ ରଖିଥିଲେ । ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଉତ୍ତରପ୍ରଦେଶର ଜଣେ ମହିଳା ତାଙ୍କ ପୋଷା ବିଲେଇର ମୃତ୍ୟୁକୁ ସହ୍ୟ କରି ନପାରି ଆତ୍ମହତ୍ୟା କରିଦେଇଛନ୍ତି । ପୋଷା ବିଲେଇଟି ମରିଯିବା ପରେ କୌଣସି ପ୍ରକାରେ ଏହା ପୁଣି ଥରେ ଜୀବିତ ହେବ ବୋଲି ଆଶା କରି ତାକୁ କବର ଦେବାକୁ ମନା କରିଦେଇଥିଲେ ମାଲିକାଣୀ।

ସେ ଦୁଇ ଦିନରୁ ଅଧିକ ସମୟ ଧରି ବିଲେଇର ମୃତଦେହକୁ ନିଜ ପାଖରେ ରଖିବା ପରେ ସେ ନିଜ ଜୀବନ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଅମରୋହାର ହସନପୁରରେ ରହୁଥିବା ୩୨ ବର୍ଷୀୟା ପୂଜା ଛାଡପତ୍ର ପାଇ ତାଙ୍କ ମା’ଙ୍କ ସହିତ ତାଙ୍କ ପୈତୃକ ଘରେ ରହୁଥିଲେ । ଆଠ ବର୍ଷ ପୂର୍ବେ ପୂଜା ଦିଲ୍ଲୀରେ ଜଣେ ପୁରୁଷଙ୍କୁ ବିବାହ କରିଥିଲେ କିନ୍ତୁ ଦୁଇ ବର୍ଷ ଧରି ଏକାଠି ରହିବା ପରେ ଏହି ଦମ୍ପତି ଅଲଗା ହୋଇଥିଲେ। ବିବାହ ବିଛେଦରେ ଭାଙ୍ଗିପଡିଥିବା ପୂଜାଙ୍କର ଏକଲାପଣକୁ ଦୂର କରିଥିଲା ଏହି ପୋଷା ବିଲେଇ । ତା’ସହ ହସ ଖୁସିରେ ବିତି ଯାଉଥିଲା ତାଙ୍କ ଜୀବନ ।

କିନ୍ତୁ ବିଲେଇଟି ମରିଯିବା ପରେ ପୂଜାଙ୍କ ମାଆ ତାକୁ କବର ଦେବାକୁ କହିଥିଲେ । କିନ୍ତୁ ପୂଜା ମନା କରିଥିଲେ । ଏକାକୀ ମୃତ ବିଲେଇ ସହ ନିଜକୁ ଏକ ଘରେ ବନ୍ଦ କରି ରଖିଥିଲେ । ତା’ ପର ଦିନ ସକାଳୁ ପୂଜାଙ୍କୁ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ ମାଆ । ପୋଲିସ ଏବେ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Latest Posts

Don't Miss