UPSCରେ ପ୍ରଶ୍ନ, ନବୀନ କାହିଁକି ଲୋକପ୍ରିୟ ?

ଭୁବନେଶ୍ୱର: ନବୀନଙ୍କ ଲୋକପ୍ରିୟତାର କାରଣ କହି ଆଇଏଏସ୍ ପାଇଲେ ସୌମ୍ୟରଂଜନ ପ୍ରଧାନ । ୟୁପିଏସି ପରୀକ୍ଷାର ଫାଇନାଲ୍ ଇଣ୍ଟରଭ୍ୟୁରେ ଆସିଲା ବଡ଼ ପ୍ରଶ୍ନ । ପାଲଲହଡ଼ାର ସୌମ୍ୟ କହିଲେ ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସ । ନନ୍ଦିଘୋଷ ଟିଭି ଡିବେଟ୍ ଟାଇମରେ ସଫଳତାର ସିକ୍ରେଟ୍ ଖୋଲିଲେ ଟପ୍ପର । କହିଲେ, ପ୍ୟାନେଲ୍ ପଚାରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେମିତି ପାଲଟିଗଲେ ଅପ୍ରତ୍ବନ୍ଦ୍ବନ୍ଦୀ । ଏହାର ଉତ୍ତରରେ ସୌମ୍ୟ ରଖିଥିଲେ ଉତ୍ତର  ।

୨୦ ବର୍ଷ ତଳେ ଥିବା ଓଡ଼ିଶା ଆଉ ଏବେକାର ଓଡ଼ିଶା ଭିତରେ ଅନେକ ଫରକ ଅଛି । ବିକାଶର ଦୌଡରେ ଏବେ ଆଗୁଆ ଓଡ଼ିଶା । ଲୋକଙ୍କ ସମସ୍ୟା ଏବେ ଚୁଟକିରେ ସମାଧାନ ହେଉଛି । ସରକାରୀ ସ୍ତରରେ ବ୍ୟାପକ ପ୍ରୟାସ କରାଯାଉଛି । ଲୋକଙ୍କ ସମସ୍ୟା ବୁଝିବା ପାଇଁ ଏବେ ଗ୍ରାଉଣ୍ଡ ଜିରୋକୁ ଯାଉଛନ୍ତି ବଡ଼ବାବୁ ମାନେ । ଲୋକଙ୍କୁ ବର୍ତ୍ତମାନ ମ୍ୟୁଟେସନ ସାର୍ଟିଫିକେଟ ୭ ଦିନରେ ମିଳିଯାଉଛି । ଯାହା ପୂର୍ବରୁ ମାସ ମାସ ସମୟ ଲାଗୁଥିଲା ।

ସେହିପରି ମିଶନ ଶକ୍ତି ମଧ୍ୟ ରାଜ୍ୟରେ ବୈପ୍ଲିବକ ପରିବର୍ତ୍ତନ ଆଣିଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି ପାଇଁ ମଧ୍ୟ ନବୀନ ଚର୍ଚ୍ଚାରେ ଥାଆନ୍ତି । ଇଣ୍ଟଭ୍ୟୁରେ ପଚରାଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ଦେଇଛନ୍ତି ସୌମ୍ୟ ରଞ୍ଜନ ପ୍ରଧାନ ରଖିଥିଲେ ଉତ୍ତର  । ସୌମ୍ୟଙ୍କ ଉତ୍ତର ପ୍ୟାନେଲିଷ୍ଟ ସନ୍ତୋଷ ପ୍ରକାଶ କରିଥିଲେ  ।

ସୋମବାର ପ୍ରକାଶ ପାଇଛି ସର୍ବ ଭାରତୀୟ ପରୀକ୍ଷା ଫଳ  ।  ଟପ୍ ଫାଇଭରେ ଝିଅଙ୍କ ବାଜିମାତ୍ । ସମସ୍ତଙ୍କୁ ପଛରେ ପକାଇ ଉତ୍ତର ପ୍ରଦେଶର ଝିଅ ଶ୍ରୁତି ଶର୍ମା ଟପ୍ପର । ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ୪ ଓଡ଼ିଆ । କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ, ୨୦୦ ଜଣ ଆଇପିଏସ ଓ ୩୭ ଜଣ ଆଇଏଫଏସ ପାଇଁ ଯୋଗ୍ୟ ହୋଇଛନ୍ତି । ସାଧାରଣ ବର୍ଗରେ ୨୪୪ ଜଣ କୃତକାର୍ଯ୍ୟ ହୋଇଛନ୍ତି ।