ପ୍ରକାଶ ପାଇଲା ୟୁପିଏସସି ୨୦୧୯ର ରେଜଲ୍ଟ, ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ

1 min read

ଭୁବନେଶ୍ୱର: ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳ  । ଏଥିରେ ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଭାରତୀୟ ପ୍ରଶାସନିକ ସେବାରେ ୧୮୦ ଜଣ, ଭାରତୀୟ ବୈଦେଶିକ ସେବାରେ ୨୪ ଜଣ, ଭାରତୀୟ ପୋଲିସ ସେବାରେ ୧୫୦ ଜଣ କୃତକାର୍ଯ୍ୟ ହୋଇଛନ୍ତି  । ଏ ନେଇ ବିଜ୍ଞପ୍ତି ଜାରି କରି ତାଲିକା ପ୍ରକାଶ କରିଛି ୟୁପିଏସସି । ସେହିପରି ଗ୍ରୁପ ଏ-ରେ ୪୩୮ ଜଣ, ଗ୍ରୁପ ବି-ରେ ୧୩୫ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି  । ପ୍ରଥମ ସ୍ଥାନରେ ପ୍ରଦୀପ ସିଂ ରହିଛନ୍ତି । ସୋନିପତର ପ୍ରଦୀପଙ୍କର ଏହା ଚତୁର୍ଥ ପ୍ରୟାସ ଥିଲା । ୨୦୧୮ରେ ସେ ଭଲ ରାଙ୍କ୍ ପାଇନଥିଲେ,ତେଣୁ ପୁଣି ଥରେ ୨୦୧୯ରେର ସିଭିଲ ସର୍ଭିସ ଦେଇଥିଲେ । ଜଣେ ପେଟ୍ରୋଲ କର୍ମଚାରୀଙ୍କ ପୁଅ ପ୍ରଦୀପଙ୍କୁ ୨୯ ବର୍ଷ । ଅନ୍ୟପକ୍ଷରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଜିତନ କିଶୋର ଓ ତୃତୀୟ ସ୍ଥାନରେ ଅଛନ୍ତି ପ୍ରତିଭା ବର୍ମା ।

କୃତକାର୍ଯ୍ୟ ୮୨୯ ଜଣଙ୍କ ମଧ୍ୟରେ ୩୦୪ ଜଣ ସାଧାରଣ ବର୍ଗର ପ୍ରାର୍ଥୀ ଥିବାବେଳେ ଅର୍ଥନୈତିକ ଦୁର୍ବଳ ବର୍ଗର ୭୮ଜଣ, ଓବିସିରେ ୨୫୧, ଏସସି ୧୨୯, ଏସଟି ୬୭ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି  । ତେବେ ଓଡିଶା ପାଇଁ ଏକ ଭଲ ଖବର ରହିଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ଅଛନ୍ତି ।  ଓଡ଼ିଶାର ସଂଜିତା ମହାପାତ୍ର ୧୦ମ ସ୍ଥାନରେ ଅଛନ୍ତି । ଅଷ୍ଟମ ସ୍ଥାନରେ ଓଡ଼ିଶାର ଅଭିଷେକ ସରାଫ ଅଛନ୍ତି  । ୨୦୧୭ରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଂଜିତା । ଓଡ଼ିଶାରୁ ଏଥରକ ସର୍ବମୋଟ୍ ୨୨ ଜଣ ସିଭିଲ ସର୍ଭିସ କ୍ରାକ୍ କରିବାରେ ସଫଳ ହୋଇଛନ୍ତି ।

cm tweets

ଅନ୍ୟପକ୍ଷରେ ସିଭିଳ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଶାର ସମସ୍ତ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଛା ଜଣାଇଛନ୍ତି । ତୃଣମୂଳ ସ୍ତରରେ ଜନକଲ୍ୟାଣ କାର୍ଯ୍ୟକ୍ରମ ଯେମିତି ପହଂଚିବା ସେଥିପ୍ରତି ସବୁ ସଫଳ ପ୍ରତିଯୋଗୀ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।

ସେପଟେ ପିସିସ ସଭାପତି ମଧ୍ୟ କୃତି ପ୍ରତିଯୋଗୀଙ୍କୁ ଶୁଭେଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଦେଶର ଜନସଂଖ୍ୟା ଅନୁପାତରେ ଓଡ଼ିଶାର ଜନସଂଖ୍ୟା ମାତ୍ର ୪ ପ୍ରତିଶତ।ତାସତ୍ୱେ ସର୍ବଭାରାରୀୟ ଚାକିରୀ କ୍ଷେତ୍ରରେ ୧୫ ବର୍ଷ ପୂର୍ବେ ଓଡ଼ିଶାର ପିଲା ୧୦ ପ୍ରତିଶତ ଚାକିରୀ ପାଉଥିଲେ। ଏବେ କିନ୍ତୁ କମିଯାଇଛି। ଯାହାହେଉ ଚଳିତ ବର୍ଷ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଓଡିଶାର ଦୁଇଜଣ ସ୍ଥାନ ପାଇଛନ୍ତି ।୮ ମ ସ୍ଥାନରେ ଅଭିଷେକ ସରାଫ ରହିଥିବା ବେଳେ ୧୦ ତମ ସ୍ଥାନରେ ସଂଜୀତା ମହାପାତ୍ର ଅଛନ୍ତି। ଏହା ଓଡିଶା ପାଇଁ ଖୁସିର କଥା।

 

Leave a Reply