ମା’ ବାପା ସେନାରେ; ବିନା କୋଚିଂରେ ଝିଅ ବନିଲେ ଆଇଏଏସ୍

1 min read

ମୋହାଲି: ୨୦୧୯ରେ ୟୁପିଏସସି ପରୀକ୍ଷାରେ ୨୮ତମ ରାଙ୍କ ରଖି ମାତ୍ର ୨୨ ବର୍ଷ ବୟସରେ ଆାଇଏଏସ୍ ବନିଛନ୍ତି ଚଣ୍ଡିଗଡର ଚନ୍ଦ୍ରଜ୍ୟୋତି ସିଂ । ଯାହାଙ୍କର ପିତା-ମାତା ଦୁହେଁ ଭାରତୀୟ ସେନାରେ ରହି ଦେଶ ପାଇଁ କାମ କରୁଛନ୍ତି ।

କମ୍ ବୟସରେ ଏତେ ବଡ଼ ସଫଳତା ପାଇବା ପଛରେ ସେ ନିଜର ଆଗ୍ରହ ଏବଂ ରଣନୀତିର ହାତ ଥିବା ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ଚନ୍ଦ୍ରଜ୍ୟୋତି ସିଂଙ୍କ ପ୍ରଚେଷ୍ଟା ଏବଂ ରଣନୀତି ସମ୍ପର୍କରେ… 

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋର ପିତାମାତା ସେନାରେ ରହି ଦେଶ ସେବା କରୁଛନ୍ତି। ପ୍ରଶାସନିକ ସେବାରେ ପ୍ରବେଶ ମାଧ୍ୟମରେ ଦେଶ ସେବା ମଧ୍ୟ କରିହେବ ବୋଲିସ ସେ ବିବେଚନା କରିଥିଲେ। ଚାକିରି ଅବଧି ମଧ୍ୟରେ  ତାଙ୍କ ପିତାମାତାଙ୍କୁ ଭାରତର ଅନେକ ସହରରେ ରହିବାକୁ ପଡୁଥିଲା, ଯାହାଫଳରେ ତାଙ୍କର ପିଲାଦିନ ବିଭିନ୍ନ ସହରରେ ଅତିବାହିତ ହୋଇଥିଲା ।

ପିଲାଦିନରୁ ତାଙ୍କର କୁଇଜ୍ ଏବଂ ଡିବେଟ୍ ପ୍ରତି ଖୁବ୍ ଆଗ୍ରହ ରହିଥିଲା । ଏପରିକି ସେ ବିଦ୍ୟାଳୟରେ ସବୁବେଳେ ଏକ୍ସଟ୍ରା କରିକୁଲର ଆକ୍ଟିଭିଟିରେ ଆଗରେ ରହୁଥିଲେ । ପରବର୍ତ୍ତୀ ସମୟରେ ସେ ଆଇଏଏସ୍ ଅଧିକାରୀ ହେବା ଲାଗି ସ୍ୱପ୍ନ ଦେଖିଥିଲେ ଆଉ ଯେଉଁଥିରେ ତାଙ୍କ ପିତାମାତା ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ୨୦୧୮ରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସେଣ୍ଟ ଷ୍ଟିଫେନ୍ କଲେଜରୁ ଇତିହାସ ଅନର୍ସରେ ସ୍ନାତକ ହାସଲ କରିଥିଲେ।

ସ୍ନାତକ ପରେ ହିଁ IAS ପ୍ରସ୍ତୁତି ପାଇଁ ଅଗ୍ରସର ହୋଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପ୍ରଥମ ପାଞ୍ଚ ମାସ ଭିତରେ ସିଲାବସ୍ ଶେଷ କରିଥିଲି। ସେ ଦୁଇଟି ଭାଗରେ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ ।

ସେ ପ୍ରଥମ ଭାଗରେ ଜିଏସ୍ ଏବଂ ଦ୍ୱିତୀୟ ଭାଗରେ ଅପ୍ସନାଲ୍ ବିଷୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଏହା ପରେ ରାତିରେ ଖବରକାଗଜ ପଢୁଥିଲେ ବୋଲି ପ୍ରକାଶ କରିଛନ୍ତି । ପରେ ସେ ମକ୍ ଟେଷ୍ଟ ଏବଂ ଟେଷ୍ଟ ସିରିଜର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଥିଲେ ।

ସେ ଦୈନିକ ପ୍ରାୟତଃ ୬ରୁ ୮  ଘଣ୍ଟା ପାଇଁ ଅଧ୍ୟୟନ କରୁଥିବା ବେଳେ ପରୀକ୍ଷାର କିଛି ଦିନ ପୂର୍ବରୁ ଦଶ ଘଣ୍ଟାରୁ ବାର ଘଣ୍ଟା ପଢାପଡି କରୁଥିଲେ ।

ଚନ୍ଦ୍ରଜ୍ୟୋତି ଆହୁରି ମଧ୍ୟ କୁହନ୍ତି ଯେ ୧୫ ଦିନରେ ଥରେ ସେ ନିଜକୁ ପାଠପଢାରୁ ବ୍ରେକ୍ ଦିଅନ୍ତି । ସେହିଦିନ ସାଙ୍ଗସାଥୀ ମାନଙ୍କ ସହ କିମ୍ବା ନିଜ ମନ ପସନ୍ଦର ବହି ପଢି ସମୟ ଅତିବାହିତ କରିଥାନ୍ତି ।

Leave a Reply