ନନ୍ଦିଘୋଷ ବ୍ୟୁରୋ : ବିଧାନସଭାରେ କଟକ ବଡ଼ ଡାକ୍ତରଖାନା ତାତି। ଏହି ପ୍ରସଙ୍ଗରେ ଗୃହରେ ହଙ୍ଗାମା କରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛି ବିଜେଡି। ଦଳ ଅଭିଯୋଗ କରିଛି, SCB ହେଉଛି ସ୍ୱାସ୍ଥ୍ୟର ମନ୍ଦିର। ଗତକାଲି ଏତେ ବଡ଼ ଅଗ୍ନିକାଣ୍ଡରେ ୧୨ ଜଣଙ୍କ ମୃତ୍ୟୁ ସତ୍ତ୍ଵେ ସ୍ୱାସ୍ଥ୍ୟ ମନ୍ତ୍ରୀ ହସୁଥିଲେ ବିଧାନସଭା ଭିତରେ। SCB ମେଡିକାଲର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଦେଖିବାକୁ ମିଳିଲା। ICU ରେ ଅଗ୍ନି ନିର୍ବାପକ ଯନ୍ତ୍ର କାମ କରୁନି। ରାଜ୍ୟବାସୀଙ୍କ ବିଶ୍ୱାସ ଛାରଖାର ହୋଇ ଗଲାଣି। . ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ. ରୋଗୀ ମରୁଛନ୍ତି, ସେପଟେ ମେ ଫେୟାରରେ ମାଉଜ ହେଉଥିଲା. ଯେବେ ଯାଏଁ ସ୍ୱାସ୍ଥ୍ୟ ସେବା ସୁଧୁରିନି, ବିଜେଡି ପ୍ରତିବାଦ ଜାରି ରଖିବ ବୋଲି କହିଛି ବିଜେଡି। ହଙ୍ଗାମା ପାଇଁ ବିଧାନସଭା ୪ଟା ଯାଏ ମୁଲତବୀ ରହିଛି।

