spot_img

Latest Posts

ସଂସଦ ଉଭୟ ଗୃହରେ ବିରୋଧୀ ଦଳ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ସଂସଦ ଉଭୟ ଗୃହରେ ବିରୋଧୀ ଦଳ ସାଂସଦଙ୍କ ପ୍ରବଳ ହଟ୍ଟଗୋଳ ଓ ନାରାବାଜି। ଭାରତ-ଆମେରିକା ବାଣିଜ୍ୟ ଡିଲ୍ ପ୍ରସଙ୍ଗରେ ବିରୋଧୀ ସାଂସଦଙ୍କ ପ୍ରବଳ ହଙ୍ଗାମା। ଏହା ସହ  ଏମଏମ ନରବାଣେଙ୍କ ଦ୍ବାରା ଲିଖିତ ପୁସ୍ତକରେ ଗଲୱାନ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ଏହା ସହ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ବି ବିରୋଧୀ ସାଂସଦ କରିଛନ୍ତି ବିକ୍ଷୋଭ। ସଂସଦ ଭବନର ମକର ଦ୍ବାର ନିକଟରେ ସେମାନେ ବ୍ୟାନର ଧରି କରିଛନ୍ତି ପ୍ରତିବାଦ। ଆମକୁ ସସପେଣ୍ଡ କରିଦେଇପାରିବେ ମାତ୍ର ନୀରବ କରିପାରିବେ ନାହିଁ ବୋଲି ବ୍ୟାନରରେ ରହିଛି ଉଲ୍ଲେଖ। ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଲୋକସଭା ବାଚସ୍ପତିଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଚର୍ଚ୍ଚା ହେଉଛି।

Latest Posts

Don't Miss